ଜୁନ୍‌ ୧୪ରୁ ଯୁକ୍ତ ୨ ଖାତା ରିଚେକିଂ ଆବେଦନ

ଜୁନ୍‌ ୧୪ରୁ ଯୁକ୍ତ ୨ ଖାତା ରିଚେକିଂ ଆବେଦନ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ଯୁକ୍ତ ୨ ପରୀକ୍ଷା ଖାତାର ରି ଚେକିଂପାଇଁ ଆବେଦନ ଆରମ୍ଭ ହେବ । ୨୮ ତାରିଖ ପର୍ୟ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ସମସ୍ତ ବିବରଣୀ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ ।
ସୂଚନାଯୋଗ୍ୟ ମେ ୩୧ରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟର ରେଜଲ୍ଟ ପ୍ରକାଶ ପାଇଛି । ସେହିପରି ଗତ ୮ ତାରିଖରେ କଳା ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ପ୍ରକାଶ ହୋଇଯାଇଛି । ପରୀକ୍ଷାର୍ଥୀମାନେ ନିଜର ଖାତାକୁ ରିଚେକିଂ କରି ପୁଣି ଥରେ ମୂଲ୍ୟାୟନ କରିପାରିବେ । ତେବେ ରି ଚେକିଂ ପାଇଁ କଣ ନିୟମ ରହିଛି ତାହା ଆସନ୍ତାକାଲି ପ୍ରକାଶିତ ହେବ ।