ଆଜିଠୁ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା

ଆଜିଠୁ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା । ୩୨ଟି କେନ୍ଦ୍ରରେ ହେବା ପରୀକ୍ଷା । ଆଜି ଥିଓରି ଓ କାଲି ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ପରୀକ୍ଷା । ଥିଓରିରେ ପାସ, ପ୍ରାକ୍ଟିକାଲ ଫେଲ ହୋଇଥିଲେ ଉଭୟ ପେପରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ଦେବେ ଥିଓରୀ ପରୀକ୍ଷା । ସେହିପରି ଶୁକ୍ରବାର ପ୍ରାକ୍ଟିକାଲ ପରୀକ୍ଷା ହେବ ।
ଏଥିପାଇଁ ରାଜ୍ୟରେ ୩୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରତି ଜିଲ୍ଲାର ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ରାଉରକେଲା ଓ ଭୁବନେଶ୍ୱରରେ ମଧ୍ୟ କେନ୍ଦ୍ର କରାଯାଇଛି । ରାଜ୍ୟର ୯୨୫ ପରୀକ୍ଷାର୍ଥୀ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେବେ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 
୨୦୨୦ ପର୍ୟ୍ୟନ୍ତ ପଞ୍ଜିକୃତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯିବ । ଯେଉଁମାନେ ୨୦୨୧ରେ ରେଜିଷ୍ଟର ହୋଇଛନ୍ତି ସେମାନଙ୍କୁ ରେଗୁଲାର ପ୍ରଶ୍ନପତ୍ର ଦିଆଯିବ । ପରୀକ୍ଷାର୍ଥୀଙ୍କୁ କୌଣସି ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହିଁ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି ।  ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ମେ ୩୧ରେ ଏବଂ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ଜୁନ୍‌ ୮ରେ ପ୍ରକାଶ ପାଇଥିଲା । ଗୋଟିଏ ବିଷୟରେ ଫେଲ ପରୀକ୍ଷାର୍ଥୀ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେଉଛନ୍ତି ।