ଆଜି ପ୍ରକାଶ ପାଇବ +୩ ପ୍ରଥମ ମେଧା ତାଲିକା

ଭୁବନେଶ୍ବର: ଯୁକ୍ତ ୩ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂରେ ନାମଲେଖା ପାଇଁ ପ୍ରଥମ ପର୍ୟ୍ୟାୟ ମେଧା ତାଲିକା ଶୁକ୍ରବାର ପ୍ରକାଶ ପାଇବ। ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ଟି ଡିଗ୍ରୀ କଲେଜର ୨ ଲକ୍ଷ ୭୦ହଜାର ୫୪୭ ଆସନ ରହିଥିବାବେଳେ ୨ ଲକ୍ଷ ୨୩ ହଜାର ୩୬୪ ଜଣ ଅନ୍ଲାଇନ୍ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୨ହଜାର ୨୮୨ ଜଣ ଅନଲାଇନ୍ରେ ଦେୟ ପୈଠ କରିଛନ୍ତି।
ଯୁକ୍ତ ୨ରେ ରଖିଥିବା ମାର୍କ ଆଧାରରେ ପ୍ରଥମ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨ୟ ପର୍ୟ୍ୟାୟ ମେଧା ତାଲିକା ଜୁଲାଇ ୨୭ ତାରିଖରେ ଏବଂ ଅଗଷ୍ଟ ୯ ତାରିଖରେ ତୃତୀୟ ପର୍ୟ୍ୟାୟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ। ସେହିପରି କଲେଜଗୁଡ଼ିକର ଅବଶିଷ୍ଟ ଆସନରେ ନାମ ଲେଖାଇବା ପାଇଁ ଅଗଷ୍ଟ ୨୧ ଚତୁର୍ଥ ପର୍ୟ୍ୟାୟ ଏବଂ ସେପ୍ଟେମ୍ବର ୧ରେ ପଞ୍ଚମ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୩ରେ ନାମଲେଖା ପାଇଁ ଶେଷ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।