ଅକ୍ଟୋବର ୧୫ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା
ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା-୨୦୨୨ ପାଇଁ ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୧୫ ତାରିଖ ରବିବାର ଦିନ ହେବ ପ୍ରିଲିମ୍ ପରୀକ୍ଷା । ପରୀକ୍ଷା ନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ । ପରୀକ୍ଷାର ବିସ୍ତୃତ ବିବରଣୀ ଓପିଏସସି ପରେ ଘୋଷଣା କରିବ ବୋଲି କୁହାଯାଇଛି।
ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ କୁହାଯାଇଛି କି ପରୀକ୍ଷା ସମ୍ପର୍କରେ ସବିଶେଷ ସୂଚନା OPSCରର ୱେବସାଇଟ୍ରେ ଖୁବ ଶୀଘ୍ର ପ୍ରକାଶ କରାଯିବ। ପ୍ରାର୍ଥୀ ୱେବସାଇଟକୁ ଯାଇ ଆଡମିଶନ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି । OPSCରର ୱେବସାଇଟ୍ https://opsc.govt.inରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ।




admin 