ଅପରେସନ୍ ଅଜୟ: ଫେରିଲେ ୨୭୪ ଭାରତୀୟ
ନୂଆଦିଲ୍ଲୀ: ଇସ୍ରାଏଲ୍ରେ ଜାରି ରହିଛି ଭାରତର ‘ଅପରେସନ ଅଜୟ’। ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ଚତୁର୍ଥ ପର୍ୟ୍ୟାୟରେ ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ୨୭୪ ଭାରତୀୟ । ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ତେଲ୍ ଅଭିଭରୁ ଭାରତ ଅଣାଯାଇଛି । ତୃତୀୟ ପର୍ୟ୍ୟାୟରେ ବିମାନରେ ଗତକାଲି ସ୍ବଦେଶ ଫେରିଥିଲେ ୧୯୭ ଜଣ ଭାରତୀୟ । ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେସନ ଅଜୟ’ ଜାରି ରହିଛି । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଦୂତାବାସ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରବାସୀ ଭାରତୀୟ ।
ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ନବମ ଦିନରେ ପହଞ୍ଚି ଥିବା ବେଳେ ସ୍ଥିତି ବିଗିଡିବାରେ ଲାଗିଛି । ଯୁଦ୍ଧ ବିଭୀଷିକାରେ ଇସ୍ରାଏଲରେ ଫସିରହିଛନ୍ତି ୧୮ହଜାର ଭାରତୀୟ । ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ‘ଅଜୟ’ । ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟ ଦୂତାବାସରେ ପଞ୍ଜିକରଣ କରାଇବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଇଛି।




user2 