ମଧୁମେହକୁ ନିୟନ୍ତ୍ରଣ କରେ ଭେଣ୍ଡି

ମଧୁମେହକୁ ନିୟନ୍ତ୍ରଣ କରେ ଭେଣ୍ଡି

ଭେଣ୍ଡି ପ୍ରାୟ ସମସ୍ତ ଲୋକଙ୍କର ପସନ୍ଦର ଖାଦ୍ୟ । ଏହି ପରିବା ସ୍ୱାଦ  ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଯେଉଁ ଲୋକମାନଙ୍କଠାରେ  ମଧୁମେହର ସମସ୍ୟା ରହିଛି, ସେମାନଙ୍କ ପାଇଁ ଭେଣ୍ଡି ଖୁବ୍‌ ଲାଭଦାୟକ ।  ଏହା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ଏଥିରେ ଥିବା  ଡାଇଟରି ଫାଇବର ଶର୍କରାକୁ ତୀବ୍ର ବେଗରେ ନିୟନ୍ତ୍ରିତ କରିଥାଏ । ଭେଣ୍ଡିରେ  ଖୁବ୍‌ କମ୍‌ କ୍ୟାଲୋରୀ ରହିଥାଏ ।  ପରିବାପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ । ତେଣୁ ଶରୀରକୁ ସୁସ୍ଥ ରଖିବା  ପାଇଁ ଡାଏଟ୍‌ରେ ପରିବା ସାମିଲ୍‌ କରିବାକୁ ବିଶେଷଜ୍ଞ କହିଥାନ୍ତି । ଏହାଦ୍ୱାରା  ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ । ଭେଣ୍ଡି ମଧୁମେହ ରୋଗୀଙ୍କ  ପାଇଁ ଔଷଧଠାରୁ କୌଣସି ଗୁଣରେ କମ୍‌ ନୁହେଁ । ଏଥିରେ ପୋଟାସିୟମ୍‌,  ଭିଟାମିନ୍‌-ସି, କ୍ୟାଲସିୟମ୍‌ ସହ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା  ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ । ଚାଲନ୍ତୁ ଜାଣିବା ମଧୁମେହ ରୋଗୀଙ୍କ  ପାଇଁ ଭେଣ୍ଡି କେମିତି ଲାଭଦାୟକ ।

ଫାଇବରରେ ଭରପୁର : ଭେଣ୍ଡିରେ ବହୁ ମାତ୍ରାରେ ଫାଇବର ରହିଥାଏ, ଯାହା ମଧୁମେହ ରୋଗୀଙ୍କ  ପାଇଁ ଜରୁରି । ଫାଇବର କବ୍ଚଠାରୁ ଦୂରେଇ ରଖିବା ସହ ପାଚନ ତନ୍ତ୍ରକୁ ସୁସ୍ଥ  ରଖିଥାଏ । ଡାଏଟ୍‌ରେ ନିୟମିତ ଭେଣ୍ଡି ସାମିଲ୍‌ କରିବା ଦ୍ୱାରା ରକ୍ତରେ ଶର୍କରା  ସ୍ତର ସାମାନ୍ୟ ରହିଥାଏ । 

ଆଣ୍ଟି-ଅକ୍ସିଡାଣ୍ଟର ପ୍ରମୁଖ ସ୍ରୋତ :ଭେଣ୍ଡି ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର ମଧ୍ୟ । ଏହା ଆଣ୍ଟି-ଅକ୍ସିଡାଣ୍ଟର ପ୍ରମୁଖ ସ୍ରୋତ ।  ଏହାକୁ ଖାଇବା ସହ ଜୀବନଶୈଳୀକୁ ମଧ୍ୟ ନିୟନ୍ତ୍ରିତ ରଖିବାକୁ ପଡିଥାଏ । 

କମ୍‌ କ୍ୟାଲୋରୀ : ଭେଣ୍ଡି କମ୍‌ କ୍ୟାଲୋରୀଯୁକ୍ତ । ଯଦି ଆପଣ ନିଜକୁ ସ୍ଲିମ୍‌ ରଖିବାକୁ ଚାହାନ୍ତି,  ତେବେ ଭେଣ୍ଡି ଭଲ ବିକଳ୍ପ । କମ୍‌ କ୍ୟାଲୋରୀଯୁକ୍ତ ହୋଇଥିବାରୁ ଏହା ଓଜନ  ବଢିବାକୁ ଦିଏନା ।

ଡାଏଟ୍‌ରେ ଭେଣ୍ଡିକୁ ଏମିତି କରନ୍ତୁ ସାମିଲ୍‌ : ମଧୁମେହ ରୋଗୀ ଭେଣ୍ଡି ଖାଇବା ସମୟରେ ଏଥିରେ ଯଥାସମ୍ଭବ କମ୍‌ ତେଲ  ମସଲା ବ୍ୟବହାର କରିବା ଉଚିତ୍‌ । ଏପରି ଖାଇବା ଦ୍ୱାରା ହିଁ ରକ୍ତରେ ଶର୍କରା  ସ୍ତରକୁ କମ୍‌ କରାଯାଇପାରିବ ।  ସେହିପରି ନିୟମିତ ରାତିରେ ଗୋଟିଏ ଭେଣ୍ଡିକୁ ଦୁଇ ଖଣ୍ଡ କରି ପାଣିରେ  ପକାଇ ପରଦିନ ସକାଳେ ସେହି ପାଣିକୁ ପିଇବା ଦ୍ୱାରା ମଧ୍ୟ ମଧୁମେହ  ନିୟନ୍ତ୍ରିତ ହୋଇଥାଏ ।