ମଧୁମେହକୁ ନିୟନ୍ତ୍ରିତ କରେ ଭେଣ୍ଡି
ଭେଣ୍ଡି ପ୍ରାୟ ସମସ୍ତ ଲୋକଙ୍କର ପସନ୍ଦର ଖାଦ୍ୟ । ସ୍ୱାଦ ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଯେଉଁ ଲୋକମାନଙ୍କଠାରେ ମଧୁମେହର ସମସ୍ୟା ରହିଛି, ସେମାନଙ୍କ ପାଇଁ ଭେଣ୍ଡି ଖୁବ୍ ଲାଭଦାୟକ । ଏହା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ଏଥିରେ ଥିବା ଡାଇଟରି ଫାଇବର ଶର୍କରାକୁ ତୀବ୍ର ବେଗରେ ନିୟନ୍ତ୍ରିତ କରିଥାଏ । ଭେଣ୍ଡିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ ।
ପରିବାପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟ୍ରେ ପରିବା ସାମିଲ୍ କରିବାକୁ ବିଶେଷଜ୍ଞ କହିଥାନ୍ତି । ଏହାଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ । ଭେଣ୍ଡି ମଧୁମେହ ରୋଗୀଙ୍କ ପାଇଁ ଔଷଧଠାରୁ କୌଣସି ଗୁଣରେ କମ୍ ନୁହେଁ । ଏଥିରେ ପୋଟାସିୟମ୍, ଭିଟାମିନ୍-ସି, କ୍ୟାଲସିୟମ୍ ସହ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ ।
ଭେଣ୍ଡିରେ ବହୁ ମାତ୍ରାରେ ଫାଇବର ରହିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଜରୁରି । ଫାଇବର କବ୍ଚଠାରୁ ଦୂରେଇ ରଖିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଡାଏଟ୍ରେ ନିୟମିତ ଭେଣ୍ଡି ସାମିଲ୍ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ଭେଣ୍ଡି ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର ମଧ୍ୟ । ଏହା ଆଣ୍ଟି-ଅକ୍ସିଡାଣ୍ଟର ପ୍ରମୁଖ ସ୍ରୋତ । ଏହାକୁ ଖାଇବା ସହ ଜୀବନଶୈଳୀକୁ ମଧ୍ୟ ନିୟନ୍ତ୍ରିତ ରଖିବାକୁ ପଡିଥାଏ ।
ଭେଣ୍ଡି କମ୍ କ୍ୟାଲୋରୀଯୁକ୍ତ । ଯଦି ଆପଣ ନିଜକୁ ସ୍ଲିମ୍ ରଖିବାକୁ ଚାହାନ୍ତି, ତେବେ ଭେଣ୍ଡି ଭଲ ବିକଳ୍ପ । କମ୍ କ୍ୟାଲୋରୀଯୁକ୍ତ ହୋଇଥିବାରୁ ଏହା ଓଜନ ବଢିବାକୁ ଦିଏନା । ମଧୁମେହ ରୋଗୀ ଭେଣ୍ଡି ଖାଇବା ସମୟରେ ଏଥିରେ ଯଥାସମ୍ଭବ କମ୍ ତେଲ ମସଲା ବ୍ୟବହାର କରିବା ଉଚିତ୍ । ଏପରି ଖାଇବା ଦ୍ୱାରା ହିଁ ରକ୍ତରେ ଶର୍କରା ସ୍ତରକୁ କମ୍ କରାଯାଇପାରିବ । ସେହିପରି ନିୟମିତ ରାତିରେ ଗୋଟିଏ ଭେଣ୍ଡିକୁ ଦୁଇ ଖଣ୍ଡ କରି ପାଣିରେ ପକାଇ ପରଦିନ ସକାଳେ ସେହି ପାଣିକୁ ପିଇବା ଦ୍ୱାରା ମଧ୍ୟ ମଧୁମେହ ନିୟନ୍ତ୍ରିତ ହୋଇଥାଏ ।




admin 