ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି :ଗଡକରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି :ଗଡକରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ରାଜ୍ୟରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଓ ନିର୍ମାଣ କାର୍ୟ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ ଆଲୋଚନା ହୋଇଛି । ଏହାଛଡା କୋଷ୍ଟାଲ ହାଇୱେ, ସମ୍ବଲପୁର ରିଙ୍ଗ ରୋଡ, କ୍ୟାପିଟାଲ ରିଙ୍ଗ ରୋଡ କାମ ଅଗ୍ରଗତି ଓ ନିର୍ମାଣ କାମ ନେଇ ସମୀକ୍ଷା ହୋଇଛି ।

ସେହିପରି ଭୁବନ-କାମାକ୍ଷାନଗର ଦେଇ ଯାଇଥିବା ଡୁବୁରିରୁ ବହ୍ଲର ଛକ ଯାଏଁ ୫୩ ନମ୍ବର ଜାତୀୟ ରାଜପଥ, ଗୋଡିବନ୍ଧରୁ ବଅଁରପାଳ ଯାଏଁ ରାଜପଥର ପ୍ରଶସ୍ତିକରଣ ସମେତ ଅନ୍ୟ ରାଜପଥ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି । ଏହି ସବୁ ରାଜପଥ ପ୍ରକଳ୍ପଗୁଡିକର ପରିବେଶ ମଞ୍ଜୁରୀ, ଟେଣ୍ଡର ପ୍ରକ୍ରିୟା, ଆଲାଇନମେଣ୍ଟ ଓ ଅନ୍ୟାନ୍ୟ ସମସ୍ୟା ବିଷୟ ଉପରେ ସମୀକ୍ଷା ହୋଇଥିଲା । ଏହି ରାଜପଥର ନିର୍ମାଣ କାମ ଶୀଘ୍ର ଶେଷ କରିବାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ପ୍ରତିଶ୍ରୁତି ଦେଇଛନ୍ତି ।