ରାଜ୍ୟ ବଜେଟକୁ ନେଇ ଏମିତି କହିଲେ ନବୀନ
ଭୁବନେଶ୍ୱର: ବିଧାନସଭାରେ ବଜେଟ୍ ଉପସ୍ଥାପନ କରିସାରିଛନ୍ତି ଅର୍ଥମନ୍ତ୍ରୀ । ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି, ଏ ବଜେଟ୍ ହେଉଛି ଲୋକଙ୍କ ବଜେଟ୍ । ଚଳିତ ବର୍ଷର ବଜେଟ୍ ଲୋକଙ୍କ ବଜେଟ୍, ଲୋକଙ୍କ ଦ୍ୱାରା ବଜେଟ୍ ଏବଂ ଲୋକଙ୍କ ପାଇଁ ବଜେଟ୍ ବୋଲି ନବୀନ କହିଛନ୍ତି । ଖାଲି ସେତିକି ନୁହେଁ, ଚଳିତ ବର୍ଷର ବଜେଟ୍ ଓଡିଶାକୁ ଉଚ୍ଚସ୍ତରକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।




admin 