ଆଜି ଜନଜାତି ଉପଦେଷ୍ଟା ପରିଷଦ କମିଟି ବୈଠକ

ଭୁବନେଶ୍ୱର: ଆଜି ଜନଜାତି ଉପଦେଷ୍ଟା ପରିଷଦ କମିଟି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ମନ୍ତ୍ରୀ ଜଗନ୍ନାଥ ସାରକା, ସୁଦାମ ମାର୍ଣ୍ଡି ଓ କମିଟିର ସଦସ୍ୟମାନେ ସାମିଲ ହେବେ । ଜନଜାତିଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଗକୁ କ’ଣ କରାଯିବ ସେନେଇ ଆଲୋଚନା କରାଯିବ । ବିଶେଷକରି ଆଦିବାସୀଙ୍କ ଜଙ୍ଗଲ ଅଧିକାର, ଶିକ୍ଷା, ସ୍ବାସ୍ଥ୍ୟ, ସାଂସ୍କୃତିକ ସଂରକ୍ଷଣ ଓ ବିଭିନ୍ନ କ୍ଷେତ୍ରରେ ଅଧିକ ସୁବିଧା ସୁଯୋଗ ଦେବା ଉପରେ ଆଲୋଚନା କରାଯିବ ।