ନବ ଦାସ ହତ୍ୟା କାଣ୍ଡରେ ଆମେରିକାର ତଦନ୍ତ କାରୀ ସଂସ୍ଥା

ନବ ଦାସ ହତ୍ୟା କାଣ୍ଡରେ ଆମେରିକାର ତଦନ୍ତ କାରୀ ସଂସ୍ଥା

ଭୁବନେଶ୍ବର: ଦିବଂଗତ ମନ୍ତ୍ରୀ ନବ ଦାସ ହତ୍ୟା କାଣ୍ଡରେ ଆମେରିକାର ତଦନ୍ତ କାରୀ ସଂସ୍ଥା ଏଫ୍‌ବିଆଇକୁ ସାମିଲ କରିବା ନେଇ କୌଣସି ଉଦ୍ୟମ ହୋଇନଥିବା ଅଭିଯୋଗକୁ ଖଣ୍ଡନ କରିଛି କ୍ରାଇମ ବ୍ରାଞ୍ଚ। କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଏନେଇ ଭୁଲ ଖବର ପ୍ରକାଶ କରୁଥିବା କହିଛି କ୍ରାଇମ ବ୍ରାଞ୍ଚ। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପାଖକୁ ଗତ ୨୨.୨.୨୦୨୩ ରେ ଲେଖା ଯାଇଥିବା ଚିଠି ସଂଖ୍ୟା ୧୮୭/c ଓ କେନ୍ଦ୍ରର ମ୍ୟୁଚୁଆଲ ଆସିସଷ୍ଟାଣ୍ଟ ଟ୍ରିଟି ବା ଦ୍ବିପାକ୍ଷିକ ସହାୟତା ଚୁକ୍ତି ଯୋଗେ ଏଫବିଆଇର ସହାୟତା ଯୋଗାଇବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।