ନବଦାସ ହତ୍ୟା ମାମଲା: କୋର୍ଟରେ ଚାର୍ଜସିଟ୍ ଦାଖଲ 

ନବଦାସ ହତ୍ୟା ମାମଲା: କୋର୍ଟରେ ଚାର୍ଜସିଟ୍ ଦାଖଲ 

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ସଂପର୍କରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ୍ । କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକାଣ୍ଡର ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ରମେଶ ଦୋରାଙ୍କ ନେତୃତ୍ୱରେ ଦୁଇ ଜଣ ଅଧିକାରୀ ଗୁରୁବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ପହଂଚିଛନ୍ତି । ନବଦାସ ହତ୍ୟାକାଣ୍ଡକୁ ୧୨୦ ଦିନ ପୁରିବାକୁ ଯାଉଛି ।

ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଗଲାବେଳେ ନବଙ୍କ ଉପରକୁ ଗୁଳିଚାଳନା କରିଥିଲେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ । ନବଦାସଙ୍କ ମୃତ୍ୟୁ ପରେ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ରାଜ୍ୟ ସରକାର । ଆସନ୍ତା ୨୯ ତାରିଖରେ ନବଦାସ ମୃତ୍ୟୁକୁ ୧୨୦ ଦିନ ପୁରିବ । ଏହାପୂର୍ବରୁ କୋର୍ଟରେ ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ  । ଝାରସୁଗୁଡା  sdjm କୋର୍ଟରେ ଆଜି ଚାର୍ଜସିଟ ଦାଖଲ କରାଯାଇପାରେ।