ସ୍ତ୍ରୀକୁ କଟୁରୀରେ ହାଣିଲା ସ୍ବାମୀ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହାଣିଲା ସ୍ବାମୀ, ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଯଶୀପୁର ଥାନା ସିଲିଟିଆ ଗାଆଁର ଘଟଣା । ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିଲା ସ୍ବାମୀ ଚନ୍ଦ୍ର ଗାଗରାଇ । ଗୁରୁତର ସ୍ତ୍ରୀ ସମୋବାରି ଗାଗରାଇଙ୍କୁ ପ୍ରଥମେ ଯଶୀପୁର ଓ ପରେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି । ଶନିବାର ସନ୍ଧ୍ୟା ସମୟରେ ଘଟଣା ଘଟାଇ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି ।