ଅଳିଆ ସଫା ଉପାଖ୍ୟାନ ପରେ ଦେବାଶିଷଙ୍କ ପ୍ରତିକ୍ରିୟା
କଟକ ସାଂସଦ ଭର୍ତ୍ତୃହରି ମହତାବ ଙ୍କ ଅଳିଆ ସଫା ଉପାଖ୍ୟାନ ପରେ ଆଜି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି। ଦେବାଶିଷ କହିଛନ୍ତି ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଅଳିଆ କିଏ। ତାଙ୍କ ଦଳରେ ଅଳିଆ ଅଛନ୍ତି ନା ଆମ ଦଳରେ ଅଳିଆ ଅଛନ୍ତି। ସେ ଅଳିଆ କିଏ ସ୍ପଷ୍ଟ କରି କହିଥିଲେ ଭଲ ହୋଇଥାନ୍ତା ତେବେ କାହାକୁ ସେ ଇଙ୍ଗିତ କରି କହିଛନ୍ତି ସେ ଜାଣିଥିବେ। ଯଦି ଆମ ଦଳ କଥା କହୁଥିବେ ସେ ଏତେ ବର୍ଷ ଧରି ଦଳରେ ଥିଲେ ସେତେବେଳେ ଅଳିଆ କଥା କହିଥିଲେ ଭଲ ହୋଇଥାନ୍ତା, ଏବେ ସେ ଦଳ ପରିବର୍ତ୍ତନ କରିଛନ୍ତି ସେଥିପାଇଁ ଏଭଳି ଅଳିଆ କଥା କହୁଛନ୍ତି। ଯଦି ଅଳିଆ ଥିବ ବା ଦୁର୍ନୀତି କଥା କହୁଥିବେ ତେବେ କେନ୍ଦ୍ର ରେ ଓ ରାଜ୍ୟ ରେ ତାଙ୍କ ସରକାର ଅଛି ତଦନ୍ତକାରୀ ସଂସ୍ଥା କୁ ଲଗେଇ ଅଳିଆ କୁ ଜେଲରେ ପୁରାନ୍ତୁ। ତେବେ ସେ ପୂର୍ବରୁ ବିଜେଡି ରୁ ସାଂସଦ ହୋଇଥିଲେ ଏବେ ବିଜେପି ରୁ ସାସଂଦ ହୋଇଛନ୍ତି । ରାଜ୍ୟର ସ୍ୱାର୍ଥ କଥା ଚିନ୍ତା କରି ମହାନଦୀ ପ୍ରସଙ୍ଗ ସଂସଦରେ ଉଠାନ୍ତୁ, ଏବେ ଟ୍ରିପଲ ଇଞ୍ଜିନ ସରକାର ଅଛି ଛତିଶଗଡ ରେ ଓଡିଶା ରେ ଏବଂ କେନ୍ଦ୍ରରେ ବିଜେପି ସରକାର ଅଛି। ଆଶା କରୁଛି ଏହାର ସମାଧାନ ସେ କରିବେ ଅଯଥା ପ୍ରସଙ୍ଗ ନ ଉଠାନ୍ତୁ।