ଓଡିଶା ଆସିବେ ମୋଦି-ଶାହା-ନଡ୍ଡା

ଓଡିଶା ଆସିବେ ମୋଦି-ଶାହା-ନଡ୍ଡା

ଭୁବନେଶ୍ୱର : ଜୁନ୍‌ ମାସରେ  ଓଡିଶା ଆସିବେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ଜନସଭାରେ ଯୋଗଦେବେ ଏହି ସବୁ ନେତା । ଖବର ଅନୁଯାୟୀ, ଜୁନ୍‌ ମାସରେ ବିଜେପି ପକ୍ଷରୁ ଓଡିଶାରେ ବିଶାଳ ଜନସଭାର ଆୟୋଜନ ହୋଇଛି । ଏଥିରେ ଯୋଗଦେବା ପାଇଁ ବିଜେପିର ବରିଷ୍ଠ ନେତୃବୃନ୍ଦ ଓଡିଶା ଗସ୍ତ କରିବେ ।

ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବେ । ଏହାବ୍ୟତୀତ ଆହୁରି ଅନେକ ନେତା ବି ଓଡିଶା ଆସିବେ । ତେବେ ଆୟୋଜନ ହେବାକୁ ଥିବା ଏହି ଜନସଭା କେଉଁଠି ଓ କେବେ ହେବ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଆଗାମୀ ନିର୍ବାଚନ ବା ମିଶନ ୨୦୨୪ ଲାଗି ବିଜେପିର ଏହା ରଣନୀତି ବୋଲି ଅନୁମାନ କରାଯାଉଛି ।