ନୋଟିଫିକେସନ୍‌ ବଢ଼ାଉଛି ମାନସିକ ଚାପ

ନୋଟିଫିକେସନ୍‌ ବଢ଼ାଉଛି ମାନସିକ ଚାପ

ସୋସିଆଲ୍‌ ମିଡିଆରୁ ନୋଟିଫିକେସନ୍‌ ଦେଖିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଏପରି କି ଫୋନ୍‌ଟି ସାଇଲେଣ୍ଟ୍‌ ଥିଲେ ମଧ୍ୟ ଜଣେ ତାହାକୁ ଚେକ୍‌ କରିଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତି ଆନୁମାନିକ ଦିନକୁ ୮୫ଥର ନିଜ ମୋବାଇଲ୍‌ ଚେକ୍‌ କରିଥାଏ। ଏହାର ଅର୍ଥ ଜଣେ ପ୍ରତି ପନ୍ଦର ମିନିଟ୍‌ରେ ଥରେ, ନିଜ କାର୍ଯ୍ୟରୁ ଧ୍ୟାନ ହଟାଇ ମୋବାଇଲ୍‌ ଦେଖିଥାନ୍ତି। ଯାହା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରେ ଓ କାର୍ଯ୍ୟ ‌କ୍ଷତ୍ରରେ ମଧ୍ୟ। ଅଷ୍ଟ୍ରେଲିଆର ଡିକିନ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା।

ଅଧ୍ୟୟନ ରିପୋର୍ଟ ଅନୁସାରେ ଫୋନ୍‌କୁ ବାରମ୍ବାର ଆସୁଥିବା ନୋଟିଫିକେସନ୍‌ ଯୋଗଁୁ ମନ ଅନ୍ୟମନସ୍କ ହୋଇଯାଏ। ବାରମ୍ବାର ଦେଖିବା ବା ଚେକ୍‌ କରିବା ହେତୁ ଲୋକଙ୍କ ମାନସିକ ଚାପ ବୃଦ୍ଧି ପାଇଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ, ଅଦରକାରୀ ଆପ୍‌ଗୁଡ଼ିକର ନୋଟିଫିକେସନ୍‌ ଅକାମୀ କରିଦେବା ଉଚିତ୍‌।