ବର୍ତ୍ତମାନ ପର୍ୟ୍ୟନ୍ତ ସୂର୍ୟ୍ୟକୁ ପଠାଯାଇଛି ୨୨ ମିଶନ

ବର୍ତ୍ତମାନ ପର୍ୟ୍ୟନ୍ତ ସୂର୍ୟ୍ୟକୁ ପଠାଯାଇଛି ୨୨ ମିଶନ

ନୂଆଦିଲ୍ଲୀ: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଇସ୍ରୋ ପୁଣି ଏକ ନୂତନ ଇତିହାସ ରଚିବାକୁ ପ୍ରସ୍ତୁତ। ଇସ୍ରୋ ସୂର୍ୟ୍ୟଙ୍କ ଉପରେ ଗବେଷଣା ପାଇଁ ଆଜି ଆଦିତ୍ୟ-ଏଲ୍‌୧ମିଶନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ସୂର୍ୟ୍ୟଙ୍କ ଉପରେ ଗବେଷଣା ପାଇଁ ଇସ୍ରୋ ଏହାର ମିଶନ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହା ପୂର୍ବରୁ ସୂର୍ୟ୍ୟ ନିକଟକୁ ୨୦ରୁ ଅଧିକ ମିଶନ ପଠାଯାଇଛି। ଯେଉଁଥିରେ ଅନେକ ଦେଶ ମଧ୍ୟ ସଫଳତା ପାଇଛନ୍ତି। ଭାରତ ପୂର୍ବରୁ ଆମେରିକା ମଧ୍ୟ ନିଜର ମହାକାଶଯାନକୁ ସୂର୍ୟ୍ୟଙ୍କ ନିକଟକୁ ପଠାଇଛି।

ବର୍ତ୍ତମାନ ପର୍ୟ୍ୟନ୍ତ ସୂର୍ୟ୍ୟକୁ ୨୨ ଟି ମିଶନ ପଠାଯାଇଛି। ଯେଉଁମାନେ ମିଶନ ସମାପ୍ତ କରିଛନ୍ତି ସେମାନଙ୍କ ମଧ୍ୟରେ ଆମେରିକା, ଜର୍ମାନୀ ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି ସାମିଲ। ଏହା ବ୍ୟତୀତ ନାସା ସୂର୍ୟ୍ୟଙ୍କ ଉପରେ ସର୍ବାଧିକ ସଂଖ୍ୟକ ମିଶନ ପଠାଇଛି। ୧୯୯୪ରେ ୟୁରୋପୀୟ ସ୍ପେସ ଏଜେନ୍ସି ଏହାର ପ୍ରଥମ ସୂର୍ୟ୍ୟ ମିଶନ ପଠାଇଥିଲା। ଯେଉଁଥିରେ ତାଙ୍କୁ ନାସା ସାହାଯ୍ୟ କରିଥିଲା। ନାସା ଏ ପର୍ୟ୍ୟନ୍ତ ସୂର୍ୟ୍ୟକ ୁ୧୪ ଟି ମିଶନ ପଠାଇଛି। ସୂର୍ୟ୍ୟ ଉପରେ ଗବେଷଣା କରିବାରେ ନାସାର ପାର୍କର ସୋଲାର ପ୍ରୋବ ଆଗରେ ରହିଛି। ଏହା ୨୬ ଥର ସୂର୍ୟ୍ୟ ଚାରିପଟେ ଉଡିଛି । ୨୦୦୧ରେ ନାସା ମଧ୍ୟ ଜେନେରେଶନ ମିଶନ ଆରମ୍ଭ କରିଥିଲା। ଏହି ମିଶନ ଅଧୀନରେ ସୌର ପବନର ନମୁନା ନିଆଯାଉଥିଲା।

ନାସା ଅନେକ ସୂର୍ୟ୍ୟ ମିଶନ ପଠାଇଛି । ଯେଉଁଥିରେ ସୋହୋ (ସୋଲାର ଏବଂ ହେଲିଓସ୍ପେରିକ ଅବଜରଭେଟୋରୀ), ପାର୍କର ସୋଲାର ପ୍ରୋବ ଏବଂ ଆଇଏସ (ଇଣ୍ଟରଫେସ ରିଜିଅନ ଇମର୍ଜିଙ୍ଗ ସ୍ପେକ୍ଟ୍ରୋଗ୍ରାଫ), ହିନୋଡ, ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ଇତ୍ୟାଦି ସାମିଲ। ନାସାର ପାର୍କର ସୋଲାର ପ୍ରୋବ ମିଶନ ସୂର୍ୟ୍ୟ ଉପରେ ଅନୁସନ୍ଧାନର ଅଗ୍ରଭାଗରେ ଅଛି। ଏହା ହେଉଛି ଏକମାତ୍ର ମହାକାଶଯାନ ଯାହା ସୂର୍ୟ୍ୟଙ୍କ ନିକଟବର୍ତ୍ତୀ ଅଟେ।