ଉଲଗ୍ନ ଭିଡିଓ ମାମଲା: ମୁଖ୍ୟ ଅଭିଯୁକ୍ତର ଘର ପୋଡ଼ି ଦେଲେ ଉତ୍ତ୍ୟକ୍ତ ଲୋକେ

ଉଲଗ୍ନ ଭିଡିଓ ମାମଲା: ମୁଖ୍ୟ ଅଭିଯୁକ୍ତର ଘର ପୋଡ଼ି ଦେଲେ ଉତ୍ତ୍ୟକ୍ତ ଲୋକେ

ନୂଆଦିଲ୍ଲୀ: ମଣିପୁରରେ ୨ ମହିଳାଙ୍କ ସହ ବର୍ବରୋଚିତ ଆଚରଣ କରିଥିବା ଏକ ମୁଖ୍ୟ  ଅଭିଯୁକ୍ତର ଘରକୁ ଉତ୍ତ୍ୟକ୍ତ ଲୋକମାନେ ପୋଡି ଦେଇଛନ୍ତି। ଏହି ଘଟଣା ଚେକମାଇ ଅଞ୍ଚଳେ ଘଟିଛି। ଅଚାନକ କିଛି ବିକ୍ଷୋଭକାରୀ ଆସି ଅଭିଯୁକ୍ତର ଘରେ ନିଆଁ ଲଗାଇଦେଇଥିଲେ । ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ଅନେକ ମହିଳା ଏକତ୍ରିତ ଭାବରେ ମୁଖ୍ୟ ମୁଖ୍ୟ ଅଭିଯୁକ୍ତ ଖୁୟରୁମ ହେରାଦାସର ଘରକୁ ନିଆଁ ଲଗାଇ ପୋଡି ଦେଉଛନ୍ତି।
ଉଲ୍ଲେଖନୀୟ ଯେ, ନିକଟରେ ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ବିଚ୍ ରାସ୍ତାରେ ଚଲାଇବା ସହ ପଶୁ ଭଳି ବ୍ୟବହାର କରିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହେବା ପରେ ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଥାଉବଲ ଜିଲ୍ଲାରୁ ଗିରଫ କରାଯାଇଥିଲା ।


ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ ମୈତେଇ ସମ୍ପ୍ରଦାୟର କିଛି ଲୋକ, କୁକି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଗଣଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛି।