ଏନ୍‌ସିପିରେ ବିଦ୍ରୋହକୁ ନେଇ ଏମିତି କହିଲେ ସଂଜୟ ରାଉତ

ଏନ୍‌ସିପିରେ ବିଦ୍ରୋହକୁ ନେଇ ଏମିତି କହିଲେ ସଂଜୟ ରାଉତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି‌ ଏବେ ହଲ୍‌ଚଲ୍‌। ବିଶେଷକରି ଶରଦ ପାୱାରଙ୍କ ଏନ୍‌ସିପିରେ ବିଦ୍ରୋହକୁ ନେଇ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏପରି ସମୟରେ ଶିବସେନା ଉଦ୍ଧବ ଗୋଷ୍ଠୀ ସଂଜୟ ରାଉତଙ୍କ ବୟାନକୁ ନେଇ ଚର୍ଚ୍ଚା ହେଉଛି। ସେ କହିଛନ୍ତି , ଏକନାଥ ସିନ୍ଦେଙ୍କ ପରିବର୍ତ୍ତେ ଖୁବ୍ ଶୀଘ୍ରଏନ୍ସିପିନେତା ଅଜିତ ପାୱାର୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଜିଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ କହିଛନ୍ତି।

ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି, ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ ଏବଂ ତାଙ୍କ ସହିତ ଥିବା ୧୬ ବିଦ୍ରୋହୀଶିବସେନାବିଧାୟକମାନଙ୍କୁ ବି ଅଯୋଗ୍ୟ ଘୋଷଣା କରାଯିବ।ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବଦଳିଯିବ‌େ। ଏକନାଥ ସିନ୍ଦେଙ୍କୁ ହଟାଇ ଦିଆଯିବ। ଏକନାଥ ସିନ୍ଦେ ୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେବେ।
ଶିବସେନା’, ‘ଏନ୍‌ସିପିକଂ‌ଗ୍ରେସକୁବିଜେପିଭାଙ୍ଗୁଛି କିନ୍ତି, ଏଥିରୁ ସେମାନେ ଆଦୌ ଲାଭ ପାଇବେ ନାହିଁ। ମହାରାଷ୍ଟ୍ରରେ ଆମେ ଏକତ୍ର ହୋଇ ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବୁ।ଏନ୍‌ସିପିନେତାମାନେ ଦୁର୍ନୀତିରେ ଲିପ୍ତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା ବେଳେ ଆଜି ସେହି ନେତାମାନେ ରାଜଭବନରେ ଶପଥ ଗ୍ରହଣ କରିବା ବଡ଼ କ୍ଷୋଭର କଥା ବୋଲି ସଞ୍ଜୟ ରାଉତ  କହିଛନ୍ତି।