ମୋଦିଙ୍କୁ ଟକ୍କର ଦେବା ପାଇଁ ମହାମେଣ୍ଟର ମହାଅଭିଯାନ

ମୋଦିଙ୍କୁ ଟକ୍କର ଦେବା ପାଇଁ ମହାମେଣ୍ଟର ମହାଅଭିଯାନ

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦିଙ୍କୁ ଟକ୍କର ଦେବା ପାଇଁ ମହାମେଣ୍ଟର ମହାଅଭିଯାନ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଙ୍କୁ ବିରୋଧୀ ମେଣ୍ଟରେ ସାମିଲ କରିବାକୁ ଜଣକ ପରେ ଜଣେ ନେତା ଉଦ୍ୟମ ଆରମ୍ଭ କଲେଣି ।

ଚର୍ଚ୍ଚା ଅନୁସାରେ, ଏହି ମାସରେ ଓଡ଼ିଶା ଆସିପାରନ୍ତି ଡିଏମକେ ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗସ୍ତ ପରେ ଖୁବଶୀଘ୍ର ଓଡ଼ିଶା ଆସିପାରନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ।  ଏବେ ଷ୍ଟାଲିନଙ୍କୁ ନେଇ ଚର୍ଚ୍ଚା ଉଠିଥିବାବେଳେ ଏହା ମଧ୍ୟ କୁହାଯାଉଛି, ମୋଦିଙ୍କ ଦୃଢ ବିରୋଧୀ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆଗ୍ରହୀ ଅଛନ୍ତି । ସାଧାରଣ ନିର୍ବାଚନ ପାଇଁ ବିଜେପି ବିରୋଧୀ ମେଣ୍ଟ ଗଠନ ଉଦ୍ୟମ ଜୋର୍‌ ଧରିଛି ।