ରୋଷେଇ ଘରର ସଫେଇ
ଭୁବନେଶ୍ୱର : ରୋଷେଇ ଘର ସଫା ସୁତୁରା ରହିବା ନିହାତି ଦରକାର । ନଚେତ୍ ଏଠାରେ କାମ କରିବାକୁ ଅଶ୍ୱସ୍ତିକର ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏଭଳି ପରିବେଶ କ୍ଷତିକାରକ ହୋଇଥାଏ । ରୋଷେଇ ଘରର କେବଳ ଚଟାଣ ବା ଚୁଲା , ବାସନକୁସନ ନୁହେଁ ,ଆଉ କେତେକ ଜିନିଷର ପରିଚ୍ଛନ୍ନତା ପ୍ରତି ବି ଦୃଷ୍ଟି ଦେବାକୁ ପଡ଼ିଥାଏ ।
ପ୍ରଥମେ ରୋଷେଇ ଘରେ ଥିବା କାଠ ଆସବାବପତ୍ର କୁ ଏକ ଶୁଖିଲା କପଡ଼ାରେ ପୋଛିନିଅନ୍ତୁ । ପରେ ଏକ କପ୍ ପାଣିରେ ଅଧ ଚାମଚ ଭିନେଗାର ମିଶାଇ ଆସବାବପତ୍ର ପୋଛିବେ ।
ଫ୍ରିଜ୍ ସଫା କରିବା ମଧ୍ୟ ନିହାତି ଜରୁରୀ । ପ୍ରଥମେ ଫ୍ରୀଜ୍ରୁ ସବୁ ଜିନିଷ ବାହାର କରି ୨ ଘନ୍ଟା ପାଇଁ ବନ୍ଦ କରିବେ । ଏବେ ପାତ୍ରରେ ପାଣି ନେଇ ସେଥିରେ ଅଧ ଚାମଚ ଲୁଣ ମିଶାଇବେ । ଗୋଟିଏ କପଡ଼ା କୁ ସେହି ପାଣିରେ ଚିପୁଡ଼ି ଫ୍ରିଜ୍କୁ ଭଲରେ ପୋଛିନିଅନ୍ତୁ ।
ମାଇକୋ୍ରୱେଭକୁ ଯେମିତି ଭୁଲିନଯିବେ । ଏହା ପରିଷ୍କାର କରିବା ପାଇଁ ପାତ୍ରରେ ପାଣି ନେଇ ସେଥିରେ ୧ ଚାମଚ ହ୍ୱାଇଟ୍ ଭିନେଗାର ମିଶାନ୍ତୁ । ଏବେ ସେହି ପାତ୍ରକୁ ମାଇକ୍ରୋୱେଭ ଭିତରେ ରଖି ୫ ମିନିଟ୍ ପର୍ଯ୍ୟନ୍ତ ଚାଲୁ ରଖିବେ । ଏହା ପରେ ପରିଷ୍କାର କପଡ଼ାରେ ମାଇକୋ୍ରୱେଭ୍ ଭିତରକୁ ଭଲ ଭାବେ ପୋଛି ନିଅନ୍ତୁ । କିଛି ସମୟ ପରେ ଗୋଟିଏ ଲେମ୍ବୁ ଦୁଇ ଫାଳ କରି ମାଇକ୍ରୋୱେଭ ଭିତରେ ରଖି ୨ ମିନିଟ୍ ଚାଲୁ ରଖିବେ । ଏହା ମାଇକ୍ରୋୱେଭ ପରିଷ୍କାର କରିବା ସହ ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରେ ।




admin 