୫ କେଦାରନାଥ ଯାତ୍ରୀ ମୃତ : ରୁଦ୍ରପ୍ରୟାଗରେ ଭୂସ୍ଖଳନ

୫ କେଦାରନାଥ ଯାତ୍ରୀ ମୃତ : ରୁଦ୍ରପ୍ରୟାଗରେ ଭୂସ୍ଖଳନ

ଡେରାଡୁନ୍‌: ଗୁରୁବାର ରାତିରେ ଖୁସ୍ଖଳନ ଯୋଗୁଁ କାର୍‌ ପ‌ୋତି ହୋଇପଡ଼ିବାରୁ ଗୁପ୍ତକାଶୀ-ଗୌରୀକୁଣ୍ଡ ରାଜପଥ ଅନ୍ତର୍ଗତ ଫାତା ନିକଟରେ ଭୂସ୍ଖଳନ ଘଟି ୬୦ ମିଟର୍‌ ରାସ୍ତା ଧସିପଡ଼ିଛି। ୫ଜଣ କେଦାନାଥ ଯାତ୍ରୀ ପ୍ରାଣ ହରାଇଥିବା ମୃତ ଯାତ୍ରୀମାନଙ୍କ ମଧ୍ୟରୁ ୩ଜଣ ଗୁଜରାଟ ଓ ୨ଜଣ ହରିଦ୍ବାର ବାସିନ୍ଦା। ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ’ (ଏସ୍‌ଡିଆର୍‌ଏଫ୍‌)  କାର୍‌ ସମେତ ପୋତି ହୋଇପଡ଼ିଥିବା ଯାତ୍ରୀମାନଙ୍କୁ ଜୀବନ ବଞ୍ଚାଇବା ଲାଗି ଉଦ୍ୟମ କରିଥିଲେ ବି  ପ୍ରତିକୂଳ ପାଗ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା। ଅତି ପ୍ରବଳ ବର୍ଷା ଯୋଗୁଁ ଧସିପଡ଼ିଥିବା ପଥୁରିଆ ମାଟି ଏଡ଼ାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇପଡ଼ିଥିଲା। 

ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପ୍ରସମନ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରାଜୱାର୍‌ କହିଛନ୍ତି, ଚେପା ହୋଇ ଭାଙ୍ଗିଯାଇଥିବା ଉକ୍ତ କାର୍‌ ଓ ଯାତ୍ରୀଙ୍କ ଶବଗୁଡ଼ିକୁ ଧସିପଡ଼ିଥିବା ମାଟିପଥର ଭିତରୁ ଶୁକ୍ରବାର ଦିନ ଉଦ୍ଧାର କରାଗଲା। ସୂଚନା ଅନୁସାରେ, ଯାତ୍ରୀମାନଙ୍କୁ ନେଇ କେଦାରନାଥ ଯାତ୍ରା କରୁଥିବା ଉକ୍ତ କାର୍‌ ଉପରେ ଫାତା ଓ ସୋନପ୍ରୟାଗ୍‌ ମଧ୍ୟସ୍ଥ ରାସ୍ତା କଡ଼ ପାହାଡ଼ରୁ ବ୍ୟାପକ ପଥରଖଣ୍ଡ ଖସି ପଡ଼ିଥିଲା। ଧୋଇଯାଇଥିବା ରାଜପଥର ସେ ଅଂଶର ମରାମତି କାର୍ଯ୍ୟ ଏବେ ମଧ୍ୟ ଚାଲିଛି। ତେଣୁ, ସେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରଖାଯାଇଛି।