ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ବିହାର ଅରରିୟା ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସାମ୍ବାଦିକ ଜଣକ ବିମଲ କୁମାର ବୋଲି ଜଣାପଡିଛି । ତାଙ୍କ ଘରେ ପଶି ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି ।
ଘଟଣା ଆଜି ସକାଳ ପାଖାପାଖି ୮ଟା ସମୟରେ ଘଟିଛି । ୪ଜଣ ଅଜଣା ବ୍ୟକ୍ତି ଆସି ସାମ୍ବାଦିକଙ୍କ ଉପରକୁ ଗୁଳିମାଡ କରିଥିବା ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।




admin 