ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଯୁବକକୁ ୨୦ବର୍ଷ ଜେଲ

ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଯୁବକକୁ ୨୦ବର୍ଷ ଜେଲ

କେନ୍ଦୁଝର. ୨୫/୨ : କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଶନିବାର ଏକ ଶିଶୁ କନ୍ୟା ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି କ୍ଷ କେନ୍ଦୁଝର ସଦର ଥାନା ଅଞ୍ଚଳରେ ମାମୁ ଘରକୁ ବୁଲି ଆସିଥିବା ଶିଶୁକୁ ୨୦୧୭ମସିହାରେ ଘନଶ୍ୟାମ ପାତ୍ର ନାମକ ଯୁବକ ଟେକି ନେଇ ଦୁଷ୍କର୍ମ କରିଥିଲା କ୍ଷ

ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଆଜି ରାୟ ପ୍ରକାଶ ପାଇଛି କ୍ଷ ଅଦାଲତରେ ୧୬ଜଣ ସାକ୍ଷୀ ବୟାନ ଦେବା ପରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ସହିତ ୧୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଅଦାଲତ କ୍ଷ