ଆପଣଙ୍କ ଆଙ୍ଗୁଠି କହିବ ଆପଣଙ୍କ ଭାଗ୍ୟ

ଆପଣଙ୍କ ଆଙ୍ଗୁଠି କହିବ ଆପଣଙ୍କ ଭାଗ୍ୟ

ଭୁବନେଶ୍ୱର: ଶରୀରର ଆକାର ସଭିଁଙ୍କର ଆଚାର ବ୍ୟବହାର ନିର୍ଣ୍ଣୟ କରିଥାଏ । ଶାସ୍ତ୍ର ଅନୁଯାୟୀ ପାଦରେ ଥିବା ୫ପ୍ରକାରର ଆଙ୍ଗୁଠି ମନୁଷ୍ୟର ଭାଗ୍ୟ ନିର୍ଦ୍ଧାରଣ କରିଥାଏ । ପାଦର ମଝି ଆଙ୍ଗୁଠି ସବୁ ଆଙ୍ଗୁଠି ଠାରୁ ବଡ଼ ହୋଇ, ଶେଷ ୨ଟି ସାନ ହୋଇଥିଲେ, ଏହି ପ୍ରକାରର ବ୍ୟକ୍ତିଙ୍କ ଆଚାର ବ୍ୟବହାର ସାଧାରଣ ହୋଇଥାଏ । ଏମାନଙ୍କ ଜୀବନରେ ସଫଳତା ମିଳେ, ମାତ୍ର ଏହି ସଫଳତା ପାଇବାକୁ ବିଳମ୍ବ ହୋଇଥାଏ । ସର୍ବଦା ଏମାନଙ୍କ ମନରେ କାର୍ୟ୍ୟ କରିବାର ଇଚ୍ଛା ଶକ୍ତି ଥାଏ ।

ପାଦର ୪ଟି ଆଙ୍ଗୁଠି ସମାନ ଥାଇ ବୁଢା ଆଙ୍ଗୁଠି ବଡ଼ ଥିଲେ, ଏହି ପ୍ରକାରର ବ୍ୟକ୍ତି ସ୍ୱଭାବରେ ଶାନ୍ତିପ୍ର୍ରିୟ ଅଟନ୍ତି । ଯେଉଁ କାର୍ୟ୍ୟକୁ ଏମାନେ ହାତକୁ ନିଅନ୍ତି, ତାହାକୁ ଶେଷ କରିଥାଆନ୍ତି । ଏମାନେ ନିଜର ଦାୟିତ୍ୱକୁ ଭଲ ଭାବେ ବୁଝି ଥାଆନ୍ତି । ଏମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାଆନ୍ତି ।