ମେଦ ବହୁଳତା ରୋଗର ପ୍ରମୁଖ କାରଣ
ଭୁବନେଶ୍ୱର: ବଞ୍ଚିବାକୁ ହେଲେ ଖାଦ୍ୟ ଖାଇବା ଜରୁରୀ । କିନ୍ତୁ ଅଧିକ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଆବଶ୍ୟକତା ଠାରୁ ଅଧିକ ଖାଇଲେ ମଣିଷ ମେଦବହୁଳତାର ଶିକାର ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମେଦବହୁଳତାକୁ ଏକ ବିଶ୍ୱସ୍ତରୀୟ ସଂକଟ ବୋଲି କହିଛି । ଏଥିସହ ମଣିଷ ସମାଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ୨୦୨୫ ସୁଦ୍ଧା କରୋନା ଭଳି ମହାମାରୀର ରୂପ ନେଇପାରେ । ମେଦବହୁଳତାର ମୁଖ୍ୟ କାରଣ ହେଉଛି କମ ପରିଶ୍ରମ, ଅନାବଶ୍ୟକ ଭାବେ ଏଣୁତେଣୁ ସୁସ୍ୱାଦୁ ଖାଦ୍ୟ ଖାଇବା, ମୋବାଇଲରେ ଅଧିକ ସମୟ ବ୍ୟସ୍ତି ରହି ଶାରିରୀକ ଶ୍ରମ ନକରିବା । ଏହାଛଡା ଅନଲାଇନରେ ଖାଦ୍ୟ ମଗାଇବା ସୁବିଧା ମେଦବହୁଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କର୍କଟ ଓ ହୃଦଘାତ ଭଳି ରୋଗ ମେଦବହୁଳତାର ପ୍ରମୁଖ କାରଣ । ତେଣୁ ଏବେଠୁ ସତର୍କ ହୋଇଯାଆନ୍ତୁ । ସତର୍କ ନହେଲେ ଆଗାମୀ ଦିନରେ ମେଦବହୁଳତା ହିଁ ଆପଣଙ୍କ ସ୍ୱାସ୍ଥ୍ୟର ପ୍ରଥମ ଶତ୍ରୁ ସାଜିବ ଓ ରୋଗକୁ ନିମନ୍ତ୍ରଣ କରିବ ।
ମେଦବହୁଳତା: ଭାରତ ପାଇଁ ସତର୍କ ଘଂଟି, ୨୦୧୯ରୁ ୨୦୨୧ ନେସନାଲ ଫ୍ୟାମଲି ହେଲଥ ସର୍ଭେ ରିପୋର୍ଟ ଅନୁସାରେ ଭାରତରେ ୫ବର୍ଷରେ ମେଦବହୁଳତା ସଂଖ୍ୟା ୪% ବଢିଯାଇଛି । ଏଥିମଧ୍ୟରୁ ମହିଳାଙ୍କ ମେଦବହୁଳତା ସଂଖ୍ୟା ୨୪% ବୃଦ୍ଧି ପାଇଛି । ପୂର୍ବ ବର୍ଷ ଏହି ସଂଖ୍ୟା ଥିଲା ୨୦.୬% । ଅନ୍ୟପକ୍ଷରେ ୨୨.୯% ପୁରୁଷ ମେଦବହୁଳତା ଶିକାର ହୋଇଛନ୍ତି । ପୂର୍ବ ବର୍ଷ ଏହି ସଂଖ୍ୟା ଥିଲା ୧୮.୯% । ଗାଁ ତୁଳନାରେ ସହରରେ ମେଦବହୁଳତା ଅଧିକ ଥିବା ପରିଲକ୍ଷିତ ହୋଇଛି । ସହରରେ ୩୩.୨ ପ୍ରତଶତ ଓ ଗାଁରେ ୧୯.୭ ପ୍ରତିଶତ ମେଦବହୁଳତାର ଶିକର ।
ମେଦବହୁଳତା: ସ୍ୱାସ୍ଥ୍ୟ ପାଇଁ ବଡ ବିପଦ । ମେଦବହୁଳତା ମାମଲାର ଶୀର୍ଷରେ ତୁର୍କୀ ରହିଛି, ଦ୍ୱିତୀୟରେ ମାଲଟା ଓ ତୃତୀୟରେ ବ୍ରିଟେନ ଅଛି । ମେଦବହୁଳତା ଯୋଗୁଁ ପ୍ରତିବର୍ଷ ୟୁରୋପରେ ୧୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ମେଦବହୁଳତା ଯୋଗୁଁ ପ୍ରତିବର୍ଷ ୨ଲକ୍ଷ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, କେବଳ କର୍କଟ ନୁହେଁ ୧୩ ପ୍ରକାର କ୍ୟାନସରର ମୁଖ୍ୟ କାରଣ ହେଉଛି ମେଦବହୁଳତା । ଏହା ଧୁମ୍ରପାନ ଠାରୁ ମଧ୍ୟ କର୍କଟ ରୋଗର ବଡ କାରଣ ସାଜିପାରେ, ଏହାସହିତ ଟାଇପ ଟୁ ଡାଇବେଟିସ, ହୃଦଘାତ ଆଶଙ୍କା ବଢିଥାଏ ।




admin 