ହାପି ବିସ୍କୁଟ୍ ଡେ଼’
ବ୍ରିଟିସ୍ ଶାସନ ଅମଳରେ ଭାରତୀୟ ଖାଦ୍ୟ ବଜାରକୁ ବିସ୍କୁଟ୍ ଜୋରଜବରଦସ୍ତ ଚାଲିଆସିଥିଲା । ୧୮୦୦ ବେଳକୁ ବିସ୍କୁଟ୍ ବିକ୍ରି ଦିଲ୍ଲୀ, ପୁଣେ, ଲକ୍ଷେ୍ନø, ଦକ୍ଷିଣ ଭାରତରେ ବଢ଼ିବାକୁ ଲାଗିଲା । ସେତେବେଳେ ଭାରତୀୟ ବଜାରରେ ଏଇ ବିସ୍କୁଟକୁ ପିଲାଙ୍କ ଖାଦ୍ୟ କୁହାଯାଉଥିଲା । ଛୋଟ ପିଲାଟେ କାନ୍ଦିଲେ, ଅଝଟ ହେଲେ, ବିସ୍କୁଟଟେ ତାକୁ ଦେଲେ, ସେ ଚୁପ୍ ହେଉଥିବାରୁ ଧୀରେଧୀରେ ବିସ୍କୁଟ୍ ଆଦର ବଢ଼ିଚାଲିଲା । କେତେଜଣ ଭାରତୀୟ ଧନୀ ଲୋକ ବି ସେଇ ସମୟରେ ବିସ୍କୁଟ କମ୍ପାନୀ ଆରମ୍ଭ କଲେ । ସମୟକ୍ରମେ ଦେଶୀ ବଜାରରେ ବିସ୍କୁଟ ବିକ୍ରି ବଢ଼ିଛି । ଚା’ କପେ ସହ ୨-୩ ଖଣ୍ଡ ବିସ୍କୁଟ ନହେଲେ ନଚଳେ ।
ବିଶେଷଜ୍ଞମାନେ କହିଛନ୍ତି ପର୍ସିଆରେ ବିସ୍କୁଟ ପ୍ରଥମେ ତିଆରି ହୋଇଥିଲା । ଅନେକ ବର୍ଷ ତଳେ ନାବିକମାନେ ନୌକା ଯାତ୍ରା ସମୟରେ ସାଥିରେ ବିସ୍କୁଟ ନେଇଯାଉଥିଲେ । ବିଶ୍ୱ ସ୍ତରରେ ଇଟାଲି, ଜର୍ମାନୀ, ଫିନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଗ୍ରୀସର ବିସ୍କୁଟ୍ ସବୁଠୁ ବେଶୀ ଲୋକପ୍ରିୟ । ସବୁଠି ଆଦର ପାଉଥିବା ଏହି ଖାଦ୍ୟ ପାଇଁ ପ୍ରଥମେ ଲଣ୍ଡନରେ ବିସ୍କୁଟ ଦିବସ ମେ ୨୯ରେ ପାଳନ କରାଯାଇଥିଲା । ସେବେଠାରୁ ୟୁରୋପୀୟ ଦେଶଗୁଡ଼ିକରେ ଏହି ଦିବସ ପାଳନ କରାଯାଉଛି ।




admin 