ରେଳ ଷ୍ଟେସନରେ ଗୁଳିମାଡ଼
ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ରେଳ ଷ୍ଟେସନ ନିକଟରେ ଗୁଳିମାଡ଼ । ଏହି ଗୁଳିମାଡ଼ରେ ଠିକା ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ସଂପୃକ୍ତ କମ୍ପାନୀକୁ ଭଡ଼ା ସୂତ୍ରରେ ତାଙ୍କ ଜମି ଦେଇଛନ୍ତି। ସୋମବାର ସନ୍ଧ୍ୟାରେ କମ୍ପାନୀର ଔଉଈ ମେସିନ୍ ଆଣି ନିଜ ଜମି ସମତୁଲ କରୁଥିବା ବେଳେ ମେସିନର ଚାଳକ ସହ ଝଗଡା ହୋଇଥିଲା। ପରେ ଚାଳକଙ୍କ ସପକ୍ଷରେ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ବାହାରିବାରୁ ହଠାତ୍ ହୃଦାନନ୍ଦ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଉକ୍ତ ବ୍ୟକ୍ତିଙ୍କ ଗୋଡ଼ରେ ବାଜିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ସୁକିନ୍ଦା ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି। ଏନେଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସେପଟେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ନାମ ହୃଦାନନ୍ଦ ମିଶ୍ର ହୋଇଥିବା ବେଳେ ତାଙ୍କୁ ଓ ତାଙ୍କ ଭାଇକୁ ସୁକିନ୍ଦା ପୋଲିସ ଅଟକ ରଖିଥିବା ଜଣାପଡିଛି ।




admin 