ଲଜ୍ୟାଜନକ: ନିଜ ଝିଅକୁ ବଳାତ୍କାର କଲେ ବାପା
ବାଲିମେଳା: ମାଲକାନଗିରି ଜିଲା ବାଲିମେଳା ସହରରେ ଏକ ଲଜ୍ୟାଜନକ ଘଟଣା ଘଟିଛି। ବାପା ନିଜ ଝିଅକୁ ବଳାତ୍କାର କରିବା ପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ବାଲିମେଳା ଥାନା ଅଞ୍ଚଳର ଜଣେ ୪୦ ବର୍ଷିୟ ବାପା ଗତ ୫ ତାରିଖ ରାତିରେ ନିଜ ଝିଅକୁ ବଳାତ୍କାର କରିଥିଲେ। ହେଲେ ୮ ତାରିଖରେ ସେ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବାକୁ ଝିଅକୁ ଧମକଚମକ ଦେଇଥିଲେ। ନାବାଳିକା ଜଣକ ପଡ଼ୋଶୀଙ୍କୁ କହି ତାଙ୍କ ସହାୟତାରେ ଗୁରୁବାର ସନ୍ଧ୍ୟାରେ ଓରକେଲ ଥାନାରେ ଘଟଣା ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ।
ଏନେଇ ପୋଲିସ ଏକ ମାମଲା(ନଂ. ୩୯୫/୨୩) ରୁଜୁ କରି ଅଭିଯୁକ୍ତ ବାପାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଶୁକ୍ରବାର ଡାକ୍ତରୀମାଇନା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା। ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, ୮ ମାସ ତଳେ ପାଟିତୁଣ୍ଡ ହେବାରୁ ଅଭିଯୁକ୍ତଙ୍କ ସ୍ତ୍ରୀ ନିଜ ଛୋଟ ପୁଅକୁ ଧରି ବାପ ଘରକୁ ଚାଲି ଯାଇଛନ୍ତି। ତାଙ୍କର ଜଣେ ଝିଅ ବିବାହ କରିସାରିଥିବା ବେଳେ ୨ଜଣ ଝିଅ ଛାତ୍ରାବାସରେ ରହି ପଢୁଛନ୍ତି।




admin 