ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬,୦ ବୋଲି ଜଣାପଡିଛି । ଚଳିତ ବର୍ଷର ଏହା ତୃତୀୟ ଥର ଭୂମିକମ୍ପ । ଜର୍ମାନ୍ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେଜ୍ ଏହାର ସୂଚନା ଦେଇ କହିଛି ଯେ, ଶନିବାର ଆଣ୍ଡାମାନ୍ ଓ ନିକୋବର ଦ୍ୱୀପର ୧୦ କିଲୋମିଟର ଗଭୀରତାରେ ୬ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ସଙ୍ଗଠିତ ହୋଇଛି । ଏହାର କେନ୍ଦ୍ରସ୍ଥଳ ପୋର୍ଟବ୍ଲେୟାରଠାରୁ ୧୨୬ କିଲୋମିଟର ଦକ୍ଷିଣପୂର୍ବରେ ହୋଇଥିବା କୁହାଯାଇଛି । ତେବେ କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ ।