ଭୂକମ୍ପରେ ଥରିଲା ତିବ୍ବତ

ଭୂକମ୍ପରେ ଥରିଲା ତିବ୍ବତ

ନୂଆଦିଲ୍ଲୀ: ରବିବାର ସକାଳେ ତିବ୍ବତରେ ଭୂକମ୍ପ ଅନୁଭୂତ ହୋଇଥିଲା। ଜିଜାଙ୍ଗ ପ୍ରଦେଶରେ ଏହି ଭୂକମ୍ପ ଘଟିଛି। ହେଲେ ଏପର୍ୟ୍ୟନ୍ତ ଜୀବନ କିମ୍ବା କୌଣସି ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ। ରାଷ୍ଟ୍ରିୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ସକାଳ ୫.୪୦ ସମୟରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ୪.୦ ଥିଲା।

ଏହାପୂର୍ବରୁ ଶୁକ୍ରବାର ରାତିରେ ମରୋକୋରେ ହୋଇଥିବା ଭୟଙ୍କର ଭୂକମ୍ପରେ ୨,୦୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨,୦୫୯ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଘଟଣାକୁ ନେଇ ସରକାର ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରେ ମାପ କରାଯାଇଥିଲା ।