ଡୋପ୍ ଟେଷ୍ଟ ମାମଲାରେ ବିଫଳ:ଦୂତି ୪ବର୍ଷ ବାସନ୍ଦ

ଡୋପ୍ ଟେଷ୍ଟ ମାମଲାରେ ବିଫଳ:ଦୂତି ୪ବର୍ଷ ବାସନ୍ଦ

ଭୁବନେଶ୍ୱର: ଅଲିମ୍ପିିଆନ୍ ଦୂତି ଚାନ୍ଦଙ୍କୁ  ଡୋପ୍ ଟେଷ୍ଟ ମାମଲାରେ ବିଫଳ ହେବା ପରେ ୪ବର୍ଷ ବାସନ୍ଦ କରାଯାଇଛି । ଦଣ୍ଡାଦେଶ ଚଳିତ ବର୍ଷ ଜାନୁଆରୀ ୩ତାରିଖରୁ ଲାଗୁ ହୋଇଛି । ତେଣୁ ସେ ଜାନୁଆରୀ ୨୦୨୭ ପର୍ୟ୍ୟନ୍ତ କୌଣସି ରାଜ୍ୟ, ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦୌଡି ପାରିବେ ନାହିଁ ।

ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ୍ ଅଧ୍ୟକ୍ଷ ଚୈତନ୍ୟ ମହାଜନ ଏନେଇ ସୂଚନା ଦେଇଛନ୍ତି। ତଥାପି ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ୍ ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି। ଶୁଣାଣି ସମୟରେ ଯଦିଓ ଦୂତି ନିଷିଦ୍ଧ ଔଷଧ ସେବନକୁ ସ୍ବୀକାର କରିଥିଲେ କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିନଥିଲେ।

ତାଙ୍କ ଫିଜିଓଥେରାପିଷ୍ଟଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିଥିଲା ବେଳେ ତାହାର ଲେଭଲ୍ କୁ ଯାଞ୍ଚ କରିନଥିଲେ। ଏଥିସହିତ ତାହାକୁ ୱାଡା ଜାରି କରିଥିବା ନିଷିଦ୍ଧ ଔଷଧ ତାଲିକା ସହ ନମିଳାଇ ସେବନ କରିଥିବା ପ୍ୟାନେଲ୍ ଜାଣିବାକୁ ପାଇଥିଲା। ଏହାଫଳରେ ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି – ନାଡା ର ଧାରା ୨.୧ ଓ ୨.୨ କୁ ଉଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା ।ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ସୂଚନା ଦିଆଯାଇଛି।