CMC ପକ୍ଷରୁ ଦଶହରା ପ୍ରସ୍ତୁତି ବୈଠକ
କଟକ ମହାନଗର ନିଗମ ପକ୍ଷରୁ ଚଳିତ ବର୍ଷ ପାଇଁ ଦଶହରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏମସି ସମ୍ମିଳନୀ କକ୍ଷରେ ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କଟକ ମହାନଗର ପୂଜା କମିଟି, ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟିର ପଦାଧିକାରୀ ଓ ବିଭିନ୍ନ ପୂଜା କମିଟି ସଦସ୍ୟ ସାମିଲ ହୋଇଥିଲେ। ଚଳିତ ବର୍ଷ ଅକ୍ଟୋବର ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦଶହରା ହେବାକୁ ଥିବା ବେଳେ ୧୪ ତାରିଖରେ ଭସାଣୀ ଉତ୍ସବ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ସହର ମଧ୍ୟରେ ୨୪ ଘଣ୍ଟିଆ ପାନୀୟଜଳ ଯୋଗାଣ, ରିହାତି ମୁଲ୍ୟରେ ବିଦ୍ୟୁତ୍ ଯୋଗାଣ, ରାସ୍ତାଘାଟ ମରାମତି, ପରିମଳ ସମସ୍ୟା ସମାଧାନ,ଅନାବନା ଗଛଲତା କାଟି ରାସ୍ତା ସଫା କରିବା ସହ ବିସର୍ଜନ ପାଇଁ ଦେବୀଗଡ଼ାରେ ୫ ଟି ଅସ୍ଥାୟୀ ପୋଖରୀ ଖୋଳିବା ପାଇଁ ପ୍ରସ୍ତାବ ଦେଇଛି ମହାନଗର ଶାନ୍ତି କମିଟି ଓ ପୂଜା କମିଟି। ତେବେ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ଯାହା ଯାହା ଆବଶ୍ୟକ ତାକୁ ପୂରଣ କରାଯିବ ବୋଲି କହିଛନ୍ତି ମେୟର।