ଅଣ୍ଡା ଖାଉନଥିଲେ ଏହି ଖାଦ୍ୟକୁ ଡାଏଟ୍‌ରେ କରନ୍ତୁ ସାମିଲ୍‌

ଅଣ୍ଡା ଖାଉନଥିଲେ ଏହି ଖାଦ୍ୟକୁ ଡାଏଟ୍‌ରେ କରନ୍ତୁ ସାମିଲ୍‌

ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ସ ଓ ମିନେରାଲ୍ସରେ ଭରା ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଯେପରିକି ପ୍ରୋଟିନ୍‌, ଏହା ଶରୀର ପାଇଁ ଖୁବ୍‌ ଜରୁରି । ପ୍ରୋଟିନ୍‌ର ପ୍ରମୁଖ ସ୍ରୋତ ହେଉଛି ଅଣ୍ଡା । ତେଣୁ ନିୟମିତ ଅଣ୍ଡା ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି ।

ଅଣ୍ଡା ଖାଇବା ଦ୍ୱାରା ଅଧିକ ସମୟ ଯାଏ ଭୋକ ଲାଗି ନଥାଏ । ତା’ ସହ ଓଜନ ନିୟନ୍ତ୍ରିତ ରହିଥାଏ । କିନ୍ତୁ କିଛି ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରି ନଥାନ୍ତି । ତେଣୁ ଏମାନଙ୍କୁ ଆବଶ୍ୟକ ପ୍ରୋଟିନ୍‌ ମିଳିବା ଆଦୌ ସହଜ ନୁହେଁ । ଏମାନେ ପ୍ରୋଟିନ୍‌ର ଅଭାବକୁ ଦୂର କରିବା ପାଇଁ ନିମ୍ନ ଖାଦ୍ୟଗୁଡିକୁ ଡାଏଟ୍‌ରେ ସାମିଲ୍‌ କରିବା ଉଚିତ୍‌। ପ୍ରୋଟିନ୍‌ ଅଭାବକୁ ଦୂର କରିବ ଏ ଖାଦ୍ୟ

ଟୋଫୁ ବା ସୋୟା ପନୀର: ଟୋଫୁରେ ଭରପୂର ମାତ୍ରାରେ ପ୍ରୋଟିନ୍‌ ରହିଥାଏ । ଏହାବ୍ୟତୀତ ଏଥିରେ କ୍ୟାଲସିୟମ୍‌, ଆଇରନ୍‌ ପରି ପୋଷକ ତତ୍ତ୍ୱ ମିଳିଥାଏ । ଯାହାକୁ ଖାଦ୍ୟରେ ସାମିଲ୍‌ କରିବା ଦ୍ୱାରା ଅନେକ ପ୍ରକାରର ପୋଷକ ତତ୍ତ୍ୱର ଅଭାବ ଦୂର ହୋଇଥାଏ ।

ଚିଆ ସିଡ୍‌ସ୍‌: ଏହାକୁ ସୁପର୍‌ ଫୁଡ୍‌ ମାନ୍ୟତା ଦିଆଯାଇଛି । ଏଥିରେ ଓମେଗା-୩, ଫ୍ୟାଟି ଏସିଡ୍‌ ବ୍ୟତୀତ ଫାଇବର, କ୍ୟାଲସିୟମ୍‌ ଏବଂ ଆଣ୍ଟି- ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ ।

କିନୁଆ: କିନୁଆରେ ପର୍ୟ୍ୟାପ୍ତ ମାତ୍ରାର ପ୍ରୋଟିନ୍‌ ରହିଥାଏ । ସେହିପରି ଏଥିରେ ଆମିନୋ ଏସିଡ୍‌ ମଧ୍ୟ ମିଳିଥାଏ, ଯାହା ଶରୀରରୁ ପ୍ରୋଟିନ୍‌ର ଅଭାବକୁ ବହୁ ମାତ୍ରାରେ ଦୂର କରିଥାଏ ।

ଆଭୋକାଡୋ: ଏଥିରେ ସ୍ୱାସ୍ଥ୍ୟକର ଫ୍ୟାଟ୍ସ ଓ ପ୍ରୋଟିନ୍‌ ରହିଥାଏ, ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏହାକୁ ଆପଣ ସାଲାଡ୍‌ ଓ ସ୍ୟାଣ୍ଡୱିଚ୍‌ରେ ଖାଇପାରିବେ । ଛତୁ: ଛତୁ ବହୁ ମାତ୍ରାରେ ପ୍ରୋଟିନ୍‌ ରହିଥାଏ । ଏହାକୁ ଭଜା ବା ତରକାରୀ କରି ଖାଇପାରିବେ ।

ଗ୍ରୀକ୍‌ ଦହି: ଗ୍ରୀକ୍‌ ଦହି ହେଉଛି ସାଧାରଣ ଦହିଠାରୁ ଅଧିକ ଗାଢା । ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ୍‌ ରହିଥାଏ । ଟେଫୁ ଉପରେ ଗ୍ରୀକ୍‌ ଦହି ପକାଇ ସ୍ୱାଦକୁ ବଢାଇପାରିବେ । ଏହା ପ୍ଲାଣ୍ଟ ପ୍ରୋଟିନ୍‌ର ଶ୍ରେଷ୍ଠ ବିକଳ୍ପ ।