୬୦ ଘଂଟିଆ ଉପବାସ କରିବେ ଦେବଗଡ଼ କଂଗ୍ରେସ ସଭାପତି

୬୦ ଘଂଟିଆ ଉପବାସ କରିବେ ଦେବଗଡ଼ କଂଗ୍ରେସ ସଭାପତି

୬୦ ଘଂଟିଆ ଉପବାସ କରିବେ ଦେବଗଡ଼ କଂଗ୍ରେସ ସଭାପତି
ଦୀର୍ଘଦିନ ଧରି ଦେବଗଡ଼ବାସୀଙ୍କ ସମସ୍ୟା ସମାଧାନରେ ସରକାର ବିଫଳ ହୋଇଛନ୍ତି  । ଏହାର ପ୍ରତିବାଦରେ ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ବ୍ରମ ୬୦ ଘଂଟିଆ ଉପବାସ ପାଳନ କରିବାକୁ ଯାଉଛନ୍ତି  । ତ୍ରୁଟିପୂର୍ଣ୍ଣ ହାଇଟେକ ସର୍ଭେକୁ ସମ୍ପୂର୍ଣ୍ଣ ବାତିଲ, ଖାଲିଥିବା ୧୪୭ ଡାକ୍ତର ପଦବୀ ପୂରଣ ଓ ଧାନମଣ୍ଡି ତୁରନ୍ତ ଖୋଲିବା ପାଇଁ ସେ ଦାବି କରିଛନ୍ତି  । ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆସନ୍ତା ସୋମବାର ସକାଳ ୬ରୁ ସେ ୬୦ ଘଂଟିଆ ଉପବାସ ପାଳନ କରିବେ  । ଜନସାଧାରଣ ତାଙ୍କୁ ସମର୍ଥନ କରିବାକୁ ସେ ଆହ୍ୱାନ ଦେଇଛନ୍ତି  ।