ରାଜଧାନୀରେ ଡେଙ୍ଗୁ : ପୁଣି ନୂଆ ୫ ରୋଗୀ ଚିହ୍ନଟ
ଭୁବନେଶ୍ୱର: ଗୋଟିଏ ଦିନରେ ପୁଣି ନୂଆ ୫ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ରାଜଧାନୀରେ ଏହି ସଂଖ୍ୟା ୧୨୨ରେ ପହଞ୍ଚିଛି । ସେପଟେ ଖାରବେଳନଗରକୁ ଡେଙ୍ଗୁ ଛୁଇଁଛି । ଏଠାରୁ ନୂଆକରି ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି ।ଜୁଲାଇ ୬ ତାରିଖ ସୁଦ୍ଧା ୨୭ ଜଣ ରୋଗୀ ଚିହ୍ନଟ ହେଲେଣି । ସେଥିର ବରିଷ୍ଠ ନାଗରିକ, ମହିଳା ରହିଛନ୍ତି । ସେଥିମଧ୍ୟରେ ୧୮ ବର୍ଷରୁ କମ୍ ବୟସରେ ୬ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ୧୨ ବର୍ଷ ଓ ୩ ବର୍ଷର ଜଣେ ଶିଶୁ ରହିଛନ୍ତି । ଶନିବାର ଚିହ୍ନଟ ୫ ରୋଗୀ ମଧ୍ୟରୁ ଭୀମଟାଙ୍ଗି, ଜୟଦେବ ବିହାର, ଆଇଆରସି ଭିଲେଜ, ନୂଆପଲ୍ଲୀ, ଖାରବେଳନଗରରୁ ଜଣେ ଲେଖାଁଏ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ନୂଆପଲ୍ଲୀରୁ ସର୍ବାଧିକ ୨୫, ଆଇଆରସି ଭିଲେଜରେ ୫ ରୋଗୀ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ମୁକାବିଲା ପାଇଁ ବିଏମ୍ସି ଅଣ୍ଟା ଭିଡିଛି । ଏନେଇ ବିଭିନ୍ନ ୱାର୍ଡରେ ସଚେତନତା କରାଯାଇଛି ।