୧୬ ଜିଲ୍ଲାକୁ ମାଡ଼ିଲାଣି ଡେଙ୍ଗୁ

୧୬ ଜିଲ୍ଲାକୁ ମାଡ଼ିଲାଣି ଡେଙ୍ଗୁ

ଭୁବନେଶ୍ୱର  : ବର୍ଷା ପରେ ବଢ଼ିଲାଣି ଡେଙ୍ଗୁ। ଏ ଜିଲ୍ଲାରୁ ସେ ଜିଲ୍ଲାକୁ ଡେଇଁଲାଣି।  ଏ ବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିବାରେ ଆମେ ଜାଣିଛେ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏବର୍ଷ ଟେଷ୍ଟିଂ ସଂଖ୍ୟା ଅଧିକ ପଜିଟିଭ ସଂଖ୍ୟା ବହୁତ କମ୍ ରହିଛି ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋଟ ୧୬ ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ୯୬ ଜଣ ପଜିଟିଭ ଯାଜପୁରରେ ୧୨ ଜଣ, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ଯାହାକୁ ମିଶାଇ ସମୁଦାୟ ୧୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ବର୍ତମାନ ସୁଦ୍ଧା ୧୧,୪୬୪ ଜଣ ଟେଷ୍ଟ କରାଯାଇଛି ସେଥିରୁ ୧୮୫ ଜଣ ପଜିଟିଭ ଅଛନ୍ତି। ଗତବର୍ଷ ଏସମୟକୁ ୫୯୮୧ ଜଣଙ୍କୁ ଟେଷ୍ଟ କରାଯାଇଥିଲା ସେଥିରୁ ୩୫୩ ଜଣ ପଜିଟିଭ ବାହାରିଥିଲେ ଯାହା ଏବର୍ଷ ତୁଳନାରେ ବହୁତ କମ ଅଛି