ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ବର: ଭୁବନେଶ୍ୱର ପ୍ରାଚୀବିହାର ଅଞ୍ଚଳରେ ଅଘଟଣ । ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।
ଖବର ଅନୁଯାୟୀ, ପ୍ରାଚୀବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ ଦୀପକ । ଏସ୍ବିଆଇ ଫାଇନାନ୍ସରେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ । ହେଲେ ରବିବାର ଦିନ ଦୀର୍ଘ ସମୟ ଧରି କବାଟ ଖୋଲିନଥିଲେ । ଶେଷରେ ରୁମ୍ମେଟ୍ ପୋଲିସକୁ ଜଣାଇଥିଲେ । କିଛି ସମୟ ପରେ ପୋଲିସ ପହଞ୍ଚି କବାଟ ବାଡେଇ ଡାକିଥିଲା । କିନ୍ତୁ ଘର ଭିତରୁ କୌଣସି ଉତ୍ତର ଦେଇନଥିଲେ ଦୀପକ । ଶେଷରେ ପୋଲିସ ବାଧ୍ୟ ହୋଇ କବାଟ ଭାଙ୍ଗିଥିଲା ।
ତେବେ କବାଟ ଭାଙ୍ଗିବା ପରେ ଘର ଭିତରେ ଦୀପକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଏକ ଗାମୁଛା ଦେଇ ଫ୍ୟାନ୍ରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲା ପୋଲିସ । ଏହାପରେ ପୋଲିସ ଉକ୍ତ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଦୀପକ ଦାସଙ୍କ ଘର କେନ୍ଦ୍ରାପଡ଼ାର ରାଜକନିକା ଅଞ୍ଚଳର ବୋଲି ଜଣାପଡିଛି ।