ପତ୍ନୀ ଓ ଛୁଆକୁ ଧରି ନଦୀକୁ ଡେଇଁଲେ ଯୁବକ
କଟକ: ପାରିବାରିକ କଳହର କରୁଣ ପରିଣତି। ପତ୍ନୀ ଓ ଛୁଆକୁ ଧରି ସିଢୁଆ ନଦୀକୁ ଡେଇଁଲେ ଯୁବକ। ପତ୍ନୀ ଓ ପିଲାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଯୁବକ ଜଣଙ୍କ ବୁଡ଼ି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଟକ ସଦର ଥାନା ଉରାଲି ପଞ୍ଚାୟତ ସଇଁଢା ଗ୍ରାମ ପାଖରେ।
ସୂଚନାନୁଯାୟୀ, କନ୍ଦରପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ପତ୍ନୀ ଓ ଛୋଟ ପିଲାକୁ ଧରି ସଇଁଢା ନିକଟ ନଛିପୂର କେଦାରେଶ୍ୱର ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ଫେରିବା ବେଳେ ନଦୀରେ ବାଲି ଦେଖିବା ବହାନାରେ ପତ୍ନୀ ଓ ପିଲାକୁ ନଦୀ କୂଳକୁ ଡାକି ନେଇଥିଲେ। ଏହାପରେ ପିଲାକୁ ଧରି ପତ୍ନୀ ସହ ନଦୀକୁ ଡେ଼ଇଁଥିଲେ। ପାଖରେ ଥିବା କିଛି ଲୋକ ଏହା ଦେଖି ମହିଳା ଓ ପିଲାକୁ ଉଦ୍ଧାର କରିଛନ୍ତି। ହେଲେ ଯୁବକ ଜଣକ ବୁଡି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି।