ରେଳଧାରଣାରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ

ରେଳଧାରଣାରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ

ଭୁବନେଶ୍ୱର : ସ୍ୱାମୀ-ସ୍ତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ । ଭୁବନେଶ୍ୱର ବମିଖାଲ ରେଳ ଧାରଣାରେ ପଡିଛି ଦମ୍ପତ୍ତିଙ୍କ ମୃତଦେହ । ମୃତକ ଦୁଇ ଜଣ କଟକ ଜିଲ୍ଲାର ବୋଲି ସୂଚନା ରହିଛି । ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
 ସୋମବାର ଦିନ ବମିଖାଲ ରେଳ ଧାରଣା ନିକଟରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ଜିଆର୍‌ପିକୁ ଖବର ଦେଇଥିଲା ସ୍ଥାନୀୟ ଲୋକେ । ଜିଆର୍‌ପି ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଉଭୟଙ୍କ ସ୍ୱାମୀ-ସ୍ତ୍ରୀଙ୍କ ଘର କଟକ ଜିଲ୍ଲାର ହୋଇଥିବା ବେଳେ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ ସଠିକ୍‌ କାରଣ ଏବେ ଯାଏଁ ଜଣାପଡିନାହିଁ ।

ସେହିପରି ଉଭୟ କଟକ ଜିଲ୍ଲାର ବୋଲି ସୂଚନା ମିଳିଥିବା ବେଳେ ପରିଚୟ ଏବେ ଯାଏଁ ମିଳିନାହିଁ ।