ଲୋକହସା କରାଉଛି କି ରୁପି ? ଆଜି କରନ୍ତୁ ଉପଚାର

ଲୋକହସା କରାଉଛି କି ରୁପି ? ଆଜି କରନ୍ତୁ ଉପଚାର

ଭୁବନେଶ୍ୱର: ମୁଣ୍ଡରେ ରୁପି ହେବା ଗୋଟିଏ ସାଧାରଣ ସମସ୍ୟା । ଆମ ଚାରିପାଖରେ ଥିବା ପରିବେଶ ଏଥିପାଇଁ ଦାୟୀ । ଅନେକଙ୍କ କ୍ଷେତ୍ରରେ ଡ୍ୟାଣ୍ଡରଫ୍‌ ବା ରୁପି ସମସ୍ୟା ଦେଖାଦେଇଥାଏ  । କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ  । ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ  । ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣନ୍ତୁ  । 

ରୁପି ହେବାର ବିଭିନ୍ନ କାରଣ ରହିଛି, ରୁପି ହେବା ଜେନେଟିକ୍‌ କାରଣରୁ ହୋଇପାରେ । ଏହାସହ କେଉଁ ପରିବେଶରେ ରହୁଛନ୍ତି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଅତ୍ୟଧିକ ପ୍ରଦୂଷଣ ମଧ୍ୟ ରୁପିର କାରଣ ହୋଇପାରେ । ଶୀତଦିନେ ହିଁ ସବୁଠୁ ଅଧିକ ରୁପି ହୋଇଥାଏ ଏହାସହିତ ବାୟୁମଣ୍ଡଳରେ ଶୁଷ୍କତା ରୁପି ସମସ୍ୟା ବଢ଼ାଇଥାଏ । ରୁପିକୁ ସମ୍ପୂର୍ଣ୍ଣ ହଠାଇବା କଷ୍ଟକର ବ୍ୟାପାର, କିନ୍ତୁ ରୁପିକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟିରଏଡ ଲୋସନ, ଆଂଟି ଡ୍ୟାଂଡରଫ୍‌ ସାମ୍ପୁ ବ୍ୟବହାର କରନ୍ତୁ । ଡାକ୍ତରଙ୍କ ପରାମର୍ଶ ପରେ ହିଁ ଲୋସନ କିମ୍ବା ସାମ୍ପୁ ବ୍ୟବହାର କରନ୍ତୁ । ରୁପି ନିୟନ୍ତ୍ରଣ ପାଇଁ ମୁଣ୍ଡରେ ଲେମ୍ବୁ ଲଗାଇପାରିବେ । ଅନ୍ୟ କିଛି ପ୍ରସଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ପଡିବ ବାହାରକୁ ଗଲେ ଚୁଟିକୁ ଘୋଡାଇ ରଖିବା ମଧ୍ୟ ଜରୁରୀ । ଏକ ସନ୍ତୁଳିତ ଖାଦ୍ୟ ଓ ଜୀବନ ଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।