ମଞ୍ଚରେ ଟଳିପଡ଼ିଲେ ନୃତ୍ୟଗୁରୁ
ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ। ଖଚାଖଚ୍ ଦର୍ଶକଙ୍କ ସମ୍ମୁଖରେ ମଞ୍ଚରେ ଟଳିପଡ଼ିଲେ ନୃତ୍ୟଗୁରୁ। ଏପରି ହୃଦୟ ବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିଲା ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ୟ୍ୟକ୍ରମ।
ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ନୃତ୍ୟ ଗୁରୁ ଶିଳ୍ପୀ ଯୋଗଦେଇଥିଲେ। ଦେଶ ବାହାରୁ ମଧ୍ୟ ବହୁ କଳାକାର ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ। ମ୍ୟାଲେସିଆରୁ ଆସିଥିବା ଭାରତ ନାଟ୍ୟମ୍ ନୃତ୍ୟ ଗୁରୁ ଶ୍ରୀଗଣେଶ ନୃତ୍ୟ ପରିବେଷଣ କରିଥିଲେ। ଶ୍ରୀଗଣେଶନଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ତା’ପରେ ଖଚାଖଚ୍ ଦର୍ଶକଙ୍କ ଭିତରେ ଅତିଥିଙ୍କ ଗହଣରେ ନୃତ୍ୟ ଗୁରୁ ଶ୍ରୀଗଣେଶନ ଦୀପ ପ୍ରଜ୍ଜ୍ୱଳନ କରୁଥିବା ବେଳେ ଷ୍ଟେଜ୍ରେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।




admin 