ଆହୁରି ଭୀଷଣ ହେବ ସାମୁଦ୍ରିକ ବାତ୍ୟା ‘ବିପର୍ୟ୍ୟୟ’

ଆହୁରି ଭୀଷଣ ହେବ ସାମୁଦ୍ରିକ ବାତ୍ୟା ‘ବିପର୍ୟ୍ୟୟ’

ନୂଆଦିଲ୍ଲୀ: ଉଗ୍ର ସାମୁଦ୍ରିକ ବାତ୍ୟା ‘ବିପର୍ୟ୍ୟୟ’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।ଉତ୍ତର-ଉତ୍ତରପୂର୍ବ ଦିଗକୁ ଏହି ବାତ୍ୟା ଗତି କରିବ ବୋଲି ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଦେଇଛି। ରାତି ୨.୩୩ରେ ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ ଲେଖିଛି: ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ୟ୍ୟୟ’ ଜୁନ୍‌ ୯ ତାରିଖ ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିଲା। ଆଗମୀ ୨୪ ଘଣ୍ଟାରେ ଏହା ଆହୁରି ତୀବ୍ରତର ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରିବ।
ସୂଚନାଯୋଗ୍ୟ, ବାତ୍ୟା ‘ବିପର୍ୟ୍ୟୟ’ ପ୍ରଭାବରେ ଗୁଜରାଟର ବାଲ୍‌ସାଦ ଅନ୍ତର୍ଗତ ଆରବ ସାଗରର ତିଥଲ୍‌ ବେଳଭୂମିରେ ଉତ୍ତାଳ ତରଙ୍ଗ ବା ଢେଉ ସୃଷ୍ଟି ହେଉଛି। ସତର୍କତାମୂଳକ ପଦକ୍ଷେପସ୍ବରୂପ ଜୁନ୍‌ ୧୪ ତାରିଖ ପର୍ୟ୍ୟନ୍ତ ତିଥଲ୍‌ ବେଳାଭୂମିକୁ ପର୍ୟ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଇଛି।
ଏହି ବାତ୍ୟା ପ୍ରଭାବରେ ଦକ୍ଷିଣ ଗୁଜରାଟ ଏବଂ ସୌରାଷ୍ଟ୍ର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଡ଼ଘଡ଼ି ସହିତ ହାଲୁକିଆ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା, ଜୁନ୍‌ ୧୦, ୧୧ ଓ ୧୨ ତାରିଖରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର୍‌ ବେଗରେ ବତାସ ପ୍ରବାହିତ ହେବ।