କରୋନା ନେଲା ୨୭ ଜୀବନ

କରୋନା ନେଲା ୨୭ ଜୀବନ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ମୃତ୍ୟୁ । ଗତ ୨୪ ଘଣ୍ଟାରେ ଦେଶରେ ୨୭ ଜଣଙ୍କ ଜୀବନ ଯାଇଛି । ସେପଟେ ୧୦ ହଜାର ତଳକୁ ଖସିଲା ଦେଶରେ କରୋନାର ଦୈନିକ ସଂକ୍ରମଣ ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୧୧୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୯,୧୧୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୨୭,୨୨୬ରେ ପହଞ୍ଚିଛି। ଫଳରେ ଆକ୍ଟିଭ୍ କେସ୍ ୬୦ ହଜାର ପାର କରିଛି । ଗତକାଲି ଦେଶରେ ୧୦ ହଜାର ୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।
ରାଜଧାନୀ ଦିଲ୍ଲୀରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତକାଲି ଦିଲ୍ଲୀରେ ୧୬୩୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ଦିନକରେ ୩ ଜଣଙ୍କ କରୋନାରେ ଜୀବନ ଯାଇଛି । କାନପୁର ଆଇଆଇଟି ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି ମେ’ ମାସର ମଧ୍ୟ ଭାଗରେ କରୋନା ପିକରେ ପହଞ୍ଚିପାରେ । ଏହି ସମୟରେ ଦିନକୁ ୫୦ ହଜାରରୁ ଅଧିକ ମାମଲା ଆସିପାରେ ।