ନୂଆ ସଂସଦ ଭବନରୁ ଗଳୁଛି ପାଣି
ନୂଆ ସଂସଦ ଭବନରୁ ଗଳୁଛି ପାଣି
ନୂଆ ସଂସଦ ଭବନରୁ ଗଳୁଛି ପାଣି
୯୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏହି ସଂସଦ ଭବନର ନିର୍ମାଣ କରାଯାଇଥିଲା। ନିର୍ମାଣ କାର୍ୟ୍ୟ ୨୮ ଅଗଷ୍ଟ ୨୦୨୨ରେ ଆରମ୍ଭ ହୋଇଥିବା ବେଳେ୨୦ମେ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକଳ୍ପର କାର୍ୟ୍ୟ ଶେଷ ହୋଇଥିଲା। ଖାଲି ସେତିକି ନୁହେଁ ୨୮ ମଇ ୨୦୨୩ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାର୍ମିକ ରୀତିନୀତି ଅନୁସାରେ ନୂତନ ସଂସଦ ଭବନର ଉଦଘାଟନ ମଧ୍ୟ କରିଥିଲେ। ହେଲେ ବର୍ଷେ ତଳେ ଖୋଲିଥିଲା ନୂଆ ସଂସଦ ଭବନଯାହାର ଏବେ ଛାତରୁ ଗଳୁଛି ପାଣି। ଏକଥା ଆମେ କହୁନୁ ସାମ୍ନାକୁ ଆସିଥିବା ଭିଡିଓରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ନୂଆ ସଂସଦ ଭବନ ଭିତରେ ପାଣି ଲିକ୍ ହେଉଥିବା ନଜର ଆସିଛି।
ତାମିଲନାଡୁର ବିରୁଧୁନଗର ଲୋକସଭା ଆସନରୁ କଂଗ୍ରେସ ସାଂସଦ ମାଣିକମ୍ ଟାଗୋରଙ୍କ ଦ୍ୱାରା ଏହି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେୟାର କରାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ନୂଆ ସଂସଦ ଭବନ ଛାତରୁ ପାଣି ଲିକ୍ ହେଉଛି। ତଳେ ପଡୁଥିବା ପାଣି ଯେପରି ଚାରିଆଡେ ବିସ୍ତାର ନହୁଏ ସେଥିପାଇଁ ଚଟାଣରେ ଗୋଟିଏ ବାଲ୍ଟି ମଧ୍ୟ ରଖାଯାଇଛି।ଏହି ଭିଡିଓକୁ ସେୟାର କରି କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ୍ କରିଛନ୍ତି।