ନଗର କଂଗ୍ରେସ୍ ପକ୍ଷରୁ ତାଳଚେରର ବିକାଶରେ ବାଧକ ସାଜିଥିବା ୩ ସୁଯୋଗ୍ୟ ସନ୍ତାନଙ୍କ କୁଶପୁତଳିକା ଦାହ
ତାଳଚେର:-ଅକ୍ଟୋବର ମାସରୁ ତାଳଚେର ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେବା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କ ପକ୍ଷରୁ ଘୋଷଣା କରାଯାଇଥିଲେ ମଧ୍ୟ ତାଳଚେରବାସୀଙ୍କ ପ୍ରତି ମିଥ୍ୟା ପ୍ରତିଶୃତି ପାଣିର ଗାର ସଦୃଶ ହୋଇଛି । ଜାତୀୟ ରାଜପଥକୁ ୪ ଲେନ୍ ବିଶିଷ୍ଟ କରିବା, ଘଂଟପଡା-ହାଣ୍ଡିଧୂଆ ଓଭରବ୍ରିଜ୍ ନିର୍ମାଣ ଦୀର୍ଘ ୭ ବର୍ଷରେ ୭ଟି ପିଲର ନିର୍ମାଣ ହେବା ସହ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ନହେବା, ତାଳଚେର ରେଳ ଷ୍ଟେସନ୍ କୁ ସମସ୍ତ ଟ୍ରେନ୍ ଆସିବା ଦାବୀ ନେଇ ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ନଗର କଂଗ୍ରେସ୍ ପକ୍ଷରୁ ତାଳଚେର ସହର ପରିକ୍ରମା କରାଯାଇ ବିକାଶରେ ବାଧକ ସାଜିଥିବା ନିଜକୁ କୁହାଉଥିବା ୩ ଜଣ ସୁଯୋଗ୍ୟ ସନ୍ତାନ ଯଥା-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ବ୍ରଜକିଶୋର ପ୍ରଧାନ, ସାଂସଦ ମହେଶ ସାହୁଙ୍କ କୁଶପୁତଳିକା ଦାହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଥିଲା ।
ନଗର କଂଗ୍ରେସ୍ ସଭାପତି ସତୀଶ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିସିସି କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ସାହୁ, ଜିଲ୍ଲା ସାଧାରଣ ସଂପାଦକ ବିରବର ସାହୁ, ଜିଲ୍ଲା ସଂପାଦକ ପ୍ରଦୀପ ମହାରଣା, ସେବା ଦଳର ରାଜ୍ୟ ସଂପାଦକ ସଂଜୀବ ନାଏକ, ଜିଲ୍ଲା ସେବାଦଳର ଅଧ୍ୟକ୍ଷ ସୌମ୍ୟ ସଂଜୀବ ମିଶ୍ର, ଗାଣ୍ଡୁ ପରିଡା, ଗଣପତି ସାହୁ, ଆନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇ ନିନ୍ଦା କରିବା ସହିତ କୁଶପୁତଳିକା ଦାହ କରିଥିଲେ ।




admin 