କଂଗ୍ରେସକୁ ନୋଟିସ୍ ଜାରି କଲେ ନିର୍ବାଚନ କମିଶନ, କାହିଁକି ଜାଣନ୍ତୁ
ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନୀ ପ୍ରଚାର ସରିଛି । ହେଲେ ପ୍ରଚାର ବେଳେ ସୋନିଆ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିର୍ବାଚନ କମିଶନର ନୋଟିସ୍ ଜାରି କରିଛନ୍ତି । କର୍ଣ୍ଣାଟକର ଖାତି ଓ ସାର୍ବଭୌମତ୍ୟ ଓ ଅଖଣ୍ଡତା ବିରୋଧରେ ବିପଦ ସୃଷ୍ଟି କରିବାକୁ ଉଦ୍ୟମ କଲେ କଂଗ୍ରେସ ତାହା କରିବାକୁ ଦେବ ନାହିଁ ।
କଂଗ୍ରେସ ସଂସଦୀଳ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କର୍ଣ୍ଣାଟକ ନିର୍ବାଚନୀ ସଭାରେ ଦେଇଥିବା ଏହି ମନ୍ତବ୍ୟକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏହା ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ବିଜେପି । ସୋନିଆଙ୍କ ମନ୍ତବ୍ୟ ବିଭାଜନକାରୀ ବୋଲି ବିଜେପି ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛି କଂଗ୍ରେସ । ଏହା ପରେ ନିର୍ବାଚନ କମିଶନ କଂଗ୍ରେସ ଦଳକୁ ନୋଟିସ୍ ଜାରି କରିଛନ୍ତି
ବିଜେପି ଅଭିଯୋଗ ଆଣିଛି ଯେ, ସାର୍ବଭୌମତ୍ୟ ସଂଜ୍ଞା, କେବଳ ଏକ ସ୍ୱାଧୀନ ଦେଶ ପାଇଁ ପ୍ରଯୁଜ୍ୟ । ଭାରତ ଏକ ସାର୍ବଭୌମ୍ୟ ଦେଶ ଏବଂ କର୍ଣ୍ଣାଟକ ଏହାର ଗର୍ବୀତ ଅଂଶ । ତେଣୁ ସୋନିଆଙ୍କ ଏଭଳି ମନ୍ତବ୍ୟ ଅଗ୍ରହଣୀୟ । ଏହା ଆଦର୍ଶ ଆଚରଣବିଧ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛି ବିଜେପି ।




admin 