ହୃଦଘାତରେ ବରିଷ୍ଠ କଂଗ୍ରେସ ନେତା କିଶୋର ଜେନାଙ୍କ ପରଲୋକ

ହୃଦଘାତରେ ବରିଷ୍ଠ କଂଗ୍ରେସ ନେତା କିଶୋର ଜେନାଙ୍କ ପରଲୋକ

କଟକ :କଟକ ଜିଲ୍ଲାର ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଓ କଟକ ସଦର ବିଚାର ମଂଚ ର ବରିଷ୍ଠ  ଉପସଭାପତି କିଶୋର ଜେନା(୮୨)ଙ୍କର  ଆଜି ଶନିକାର ସକାଳେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ପରଲୋକ ହୋଇଛି । ସେ ଜଣେ ପରୋଉପକାରୀ  ଓ ସମାଜସେବୀ ହିସାବରେ ବେଶ ଜଣାଶୁଣା ଥିଲେ । କଟକ ଜିଲ୍ଲା ଓ ବ୍ଲକ କଂଗ୍ରେସ କମିଟିରେ ବିଭିନ୍ନ ପଦପଦବୀରେ ରହି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ ମଧ୍ୟ କରିଛନ୍ତି  ।   ମୃତ୍ୟୁ ଶେଷ ପର୍ଯ୍ୟନ୍ତ ଚଳ ଚଞ୍ଚଳ ଥିଲେ ସେ । ହଠାତ ଶୁକ୍ରବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭକ କରିବାରୁ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି ।  

ତାଙ୍କ ମୃତ୍ୟୁରେ କିଶରନଗର ସମିତ ସମଗ୍ର କଟକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । କିଶୋରଙ୍କ ବିୟୋଗରେ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି ।  କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ, ଉପସଭାପତି ମାନସ ପ୍ରଧାନ, ବ୍ଲକ ସଭାପତି ରାମଚନ୍ଦ୍ର ଗୋଛାୟତ, ପୁର୍ବତନ ସଭାପତି ପ୍ରତାପ ମଲ୍ଲିକ, ପୂର୍ବତନ ପିସିସି ସମ୍ପାଦକ ଦିଲ୍ଲୀପ ମହାନ୍ତିଙ୍କ ସମିତ  କଟକ ସଦର ବିଚାର ମଞ୍ଚର  ସଭାପତି ବିଷ୍ଣୁ ଚରଣ ବେହେରା, ବରିଷ୍ଠ କଂଗ୍ରେସ ନେତା କାଙ୍ଗାଳି ଚରଣ ବେହେରା ପ୍ରମୁଖ ବହୁ  ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।