ଚିଟଫଣ୍ଡ ସତ୍ୟପାଠ: ଲାଗି ଗଲାଣି ଉଈ

ଚିଟଫଣ୍ଡ ସତ୍ୟପାଠ: ଲାଗି ଗଲାଣି ଉଈ

କଟକ: ଦସ୍ତାବିଜ୍ ସ୍ଥିତିରେ ନାହିଁ ଚିଟଫଣ୍ଡ ସତ୍ୟପାଠ । କେଉଁଠି ଉଈ ଲାଗି ଗଲାଣି ତ ଆଉ କେଉଁଠି ଲତା ମାଡ଼ି ଗଲାଣି । କିଛି ଚିଟଫଣ୍ଡ ସତ୍ୟପାଠରେ ଛତୁ ଫୁଟିଗଲାଣି । ବିଚାରବିଭାଗୀୟ ତଦନ୍ତ କମିଶନଙ୍କ ନିକଟରେ ସତ୍ୟପାଠ ଆକାରରେ ଯାହା ଦାଖଲ କରିଥିଲେ, ତାହା ଏବେ ଆଉ ପ୍ରମାଣଯୋଗ୍ୟ ଦସ୍ତାବିଜ୍ ଭାବେ ନାହିଁ ।

କଟକ ବକ୍ସିବଜାର ପୋଲିସ ଲାଇନ୍ ସ୍ଥିତ ବିଚାର ବିଭାଗୀୟ ଚିଟଫଣ୍ଡ କମିଶନଙ୍କ କାର୍ୟ୍ୟାଳୟରେ ପଡ଼ି ରହିଥିବା ଜମାକାରୀଙ୍କ ଅଭିଯୋଗ ଓ ସତ୍ୟପାଠର ଏଭଳି ସ୍ଥିତି ସେମାନଙ୍କ ପାଇଁ ଟଙ୍କା ଫେରି ପାଇବା ଆଶାକୁ ଉପହାସ କରୁଛି । ୧୦ ବର୍ଷ ତଳେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସରକାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ପରିସ୍ଥିତିକୁ ଆୟତକୁ ଆଣିଥିଲେ । ୨୦୧୩ ଜୁଲାଇ ୯ରେ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିସନ ଗଠନ କରିଥିଲେ ।

ଏହା ସହ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୩ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ୨୦୨୦ ଫେବ୍ରୁଆରୀ ୪ରୁ ଚିଟଫଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ୍ ମଦନ ମୋହନ ଦାସ କମିଶନଙ୍କ କାର୍ୟ୍ୟକାଳ ଶେଷ ହୋଇଥିବା ବେଳେ କମିଶନଙ୍କ କାର୍ୟ୍ୟାଳୟ ବାହାରୁ ତାଲା ପଡ଼ିଛି । ତଦନ୍ତ ସମୟରେ କେତେକ କମ୍ପାନୀ ଦାଖଲ କରିଥିବା ଜବାବ, କମିଶନ ତଦନ୍ତ ସମୟରେ ସଂଗ୍ରହ କରଥିବା ତଥ୍ୟ ପ୍ରମାଣ ଆଦି ଏକପ୍ରକାର ନଷ୍ଟ ହେବା ସ୍ଥିତିରେ ପଡ଼ି ରହିଛି ।