ଶରୀରର କେଉଁ ଅଙ୍ଗ ଡେଇଁଲେ କି ସଙ୍କେତ ମିଳେ ।
ଅନେକ ସମୟରେ ଏପରି ଦେଖାଯାଏ, ଶରୀରର କେତେକ ଅଙ୍ଗ ଯେପରି ଆଖି, କାନ, ନାକ ଡେଇଁଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ସମସ୍ତ ଅଙ୍ଗ ଡେଇଁବା ଦ୍ୱାରା ବିଭିନ୍ନ ସଙ୍କେତ ଦେଇଥାଏ । ତେବେ ଜାଣନ୍ତୁ ଶରୀରର କେଉଁ ଅଙ୍ଗ ଡେଇଁଲେ କି ସଙ୍କେତ ମିଳେ । କୁହାଯାଏ, ସମ୍ପୂର୍ଣ୍ଣ ମସ୍ତକ କିମ୍ବା ମଥା ଡେଇଁବା ଦ୍ୱାରା ଦୂର ସ୍ଥାନ ଯାତ୍ରା କରିବାର ସଙ୍କେତ ଦେଇଥାଏ । ଯାତ୍ରା ସମୟରେ ଭାବି ଚିନ୍ତି ସମସ୍ତ ନିଷ୍ପତ୍ତି ନେବେ । ମଥାର ମଧ୍ୟ ଭାଗ ଡେଇଁବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ । ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ସରକାରୀ ଚାକିରି ହେବାର ମଧ୍ୟ ସଙ୍କେତ ଦେଇଥାଏ । ଏହି ସମୟରେ ଯାତ୍ରା ମଧ୍ୟ ଲାଭଦାୟକ ହୋଇଥାଏ । ଧନ ପ୍ରାପ୍ତି ହୋଇଥାଏ । ଆଇବ୍ରୋ ମଧ୍ୟ ଭାଗ ଡେଇଁବା ମନ ପସନ୍ଦର ଜୀବନ ସାଥୀ ମିଳିବାର ସଙ୍କେତ ଦେଇଥାଏ । ନଚେତ୍ ବିବାହ ସ୍ଥିର ହୋଇଥାଏ ।
ଆଇବ୍ରୋ ସ୍ଥାନ ଡେଇଁବା ଭଳି ଅନୁଭବ ହେଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେହିପରି ଡାହାଣ ଆଖିର ମଧ୍ୟ ଭାଗ ଡେଇଁବା ଦ୍ୱାରା ସଫଳତା ପ୍ରାପ୍ତି ହେବାର ସଙ୍କେତ ଦେଇଥାଏ । ଧନ ପ୍ରାପ୍ତି ହୋଇଥାଏ । ଡାହାଣ ଆଖିର ଚାରି ପାଖ ଡେଇଁବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ସଙ୍କେତ ଦେଇଥାଏ । ବାମ ପଟ ଆଖି ଚାରିପଟ ଡେଇଁବା ଦ୍ୱାରା ବିବାହ ହେବାର ସଙ୍କେତ ଦେଇଥାଏ ।
ନାକ ଡେଇଁବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବାର ସଙ୍କେତ ଦେଇଥାଏ । ନାକର ଶେଷ ଅଂଶ ଡେଇଁବା ଦ୍ୱାରା କଳହ ହେବାର ସଙ୍କେତ ଦେଇଥାଏ । ଡାହାଣ ନାକର ନାକପୁଡା ଡେଇଁବା ସାଙ୍ଗ ସହ ଦେଖା ହେବାର ସଙ୍କେତ ଦେଇଥାଏ ।